ରାଷ୍ଟ୍ରୀୟ ଜନତା ଦଳର ନେତା ତଥା ବିହାରର ପୂର୍ବ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କେନ୍ଦ୍ରୀୟ ମନ୍ତ୍ରୀ ତଥା ବେଗୁସରାୟରୁ ବିଜେପି ପ୍ରାର୍ଥୀ ଗିରିରାଜ୍ ସିଂହଙ୍କ ଉପରେ ବାକ୍ ଆକ୍ରମଣ କରିଛନ୍ତି । ବିରୋଧିଙ୍କୁ ପାକିସ୍ତାନ ପଠାଇବା ବୟାନରେ ତେଜସ୍ୱୀ ଯାଦବ ଗିରିରାଜ୍ ସିଂହଙ୍କୁ ଟାର୍ଗେଟ୍ କରି କହିଛନ୍ତି ଭାରତ କାହା ବାପାର ଦେଶ ନୁହେଁ । ତେଜସ୍ୱୀ ଯାଦବ କହିଛନ୍ତି , ‘ଗିରିରାଜ୍ ସିଂହ କହିଛନ୍ତି ସମସ୍ତଙ୍କୁ ପାକିସ୍ତାନ ପଠାଇଦେବେ । ଭାରତ କାହା ବାପାର ଦେଶ ନୁହେଁ ଯେ ସମସ୍ତଙ୍କୁ ପାକିସ୍ତାନ ପଠାଇଦେବେ । ତେବେ ଏହା ପ୍ରଥମଥର ପାଇଁ ନୁହେଁ ଯେ ତେଜସ୍ୱୀ ଯାଦବ ଗିରିରାଜ୍ ସିଂହଙ୍କ ଉପରେ ଆକ୍ରମଣ କରିଛନ୍ତି । ଏହାପୂର୍ବରୁ ମଧ୍ୟ ତେଜସ୍ୱୀ ତାଙ୍କୁ ‘ବିଷରାଜ’ ଏବଂ ‘ଗିରଗିଟରାଜ୍’ ବୋଲି କହିସାରିଛନ୍ତି ।
ନିକଟରେ ଏକ ରାଲୀକୁ ସମ୍ବୋଧିତ କରିବାକୁ ଯାଇ ତେଜସ୍ୱୀ କହିଥିଲେ , “ଏ ଗିରଗିଟରାଜ୍ ! ସାହୁକାର ସମୟ ଚାଲିଗଲାଣି କିନ୍ତୁ ତୁମର ସାହୁକାରୀ ଅନ୍ଦାଜ ଆହୁରି ଯାଇନାହିଁ । ତୁମ ବାପାର ଜମି କି? ଦଳିତ,ପଛୁଆବର୍ଗ,ଆଦିବାସୀ,ଲଘୁବର୍ଗଙ୍କୁ ପାକିସ୍ତାନ ଯିବାକୁ କହୁଛୁ! ଆରେ ଆମେ ଏଠାରେ ମୂଳନିବାସୀ ତୁମେ ଜାଓ ପାକିସ୍ତାନ!”
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/05/658933-giriraj.jpg)
/kanak/media/post_attachments/wp-content/uploads/2019/05/tejaswi-yadav_150345_730x419-m-300x172.jpg)