ଆଜି କଂଗ୍ରେସରେ ସାମିଲ ହେବେ ଶତ୍ରୁଘ୍ନ ସିହ୍ନା ! ପଟଣା ସାହିବରୁ ଲଢିପାରନ୍ତି ନିର୍ବାଚନ ।

103

ବିଜେପିରୁ ବାହାରିଥିବା ତଥା ବିହାରର ପଟଣା ସାହିବରୁ ସାଂସଦ ହୋଇଥିବା ଶତ୍ରୁଘ୍ନ ସିହ୍ନା ଆଜି କଂଗ୍ରେସରେ ସାମିଲ୍ ହୋଇଛନ୍ତିି । ଶତ୍ରୁଘ୍ନ ସିହ୍ନା ଏହା ପୂର୍ବରୁ ୨୮ ମାର୍ଚ୍ଚ ରାହୁଲ ଗାନ୍ଧୀଙ୍କ ଆବାସରେ ତାଙ୍କ ସହ ସାକ୍ଷାତ କରିଥିଲେ । ତେବେ ଶତ୍ରୁଘ୍ନ ସିହ୍ନା ନବରାତ୍ରର ଶୁଭ ସମୟରେ କଂଗ୍ରେସରେ ଯୋଗ ଦେବା ପାଇଁ ଘୋଷଣା କରିଥିଲେ ।

ପାଟଣା ସାହିବ୍ ରୁ ନିର୍ବାଚନ ଲଢିପାରନ୍ତି ଶତ୍ରୁଘ୍ନ :

କଂଗ୍ରେସରେ ସାମିଲ୍ ହେବା ଏବଂ ପାଟଣା ସାହିବରୁ ପ୍ରାର୍ଥୀଙ୍କ ପ୍ରଶ୍ନରେ ସିହ୍ନା କହିଥିଲେ ପରିସ୍ଥିତି ଯାହା ବି ହେଉ ନା କାହିଁକି କିନ୍ତୁ ସେ ପାଟଣା ସାହିବରୁ ନିର୍ବାଚନ ଲଢିବେ । ମହାଗଠବନ୍ଧନରେ ଯେଉଁ ସିଟ୍ ବଣ୍ଟାଯାଇଛି ସେଥିରେ ପଟଣା ସାହିବର ସିଟ୍ କଂଗ୍ରେସ ଖାତାକୁ ଯାଇଛି । ଏହି କଥାରୁ ଜଣାପଡୁଛି ଯେ କଂଗ୍ରେସ ତାଙ୍କୁ ଏଠାରୁ ହିଁ ସିଟ୍ ଦେବ ।

ବିଜେପି ତରଫରୁ ରବିଶଙ୍କର ପ୍ରସାଦଙ୍କୁ ପଟଣା ସାହିବର ଟିକେଟ୍ :

ଗତବର୍ଷ ବିଜେପି ତରଫରୁ ଶତ୍ରୁଘ୍ନ ସିହ୍ନାଙ୍କୁ ପଟଣା ସାହିବରୁ ଟିକେଟ୍ ଦିଆଯାଇଥିବା ବେଳେ ଚଳିତଥର କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ପାର୍ଟି ପଟଣା ସାହିବରୁ ଟିକେଟ୍ ଦେଇଛି । ତେବେ ବିଜେପିରେ ଥିଲା ସମୟରେ ମଧ୍ୟ ସିହ୍ନା କଂଗ୍ରେସ ଅଧ୍ୟକ୍ଷଙ୍କ କେତେ ସ୍ଥାନରେ ପ୍ରଶଂସା କରିଥିଲେ । ସେ କଂଗ୍ରେସର ନ୍ୟାୟ ଯୋଜନାକୁ ମାଷ୍ଟର ଷ୍ଟ୍ରୋକ୍ ବୋଲି ମଧ୍ୟ କହିଥିଲେ । ତେବେ ଆପଣଙ୍କୁ କହିରଖୁଛୁ କି ଶତ୍ରୁଘ୍ନ ସିହ୍ନା ଆଜି ୧୧.୩୦ ଟାରୁ ୧୨ ଟା ମଧ୍ୟରେ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ୍ ହେବେ ।