ପ୍ରିୟଙ୍କା ଗାନ୍ଧି ଦେଲେ ସଂକେତ ! ଭାଇ ରାହୁଲଙ୍କ ଅମେଠି ସିଟରୁ ଲଢିପାରନ୍ତି ଉପ ନିର୍ବାଚନ

391

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଅମେଠି ଲୋକସଭା ସିଟ୍ ଉପରେ ଉପ -ନିର୍ବାଚନ ହେବା ସ୍ଥିତିରେ ସେ ସେଠାରୁ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତି କରୁଛନ୍ତି । ସୁଚନାନୁସାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଯଦି ଅମେଠି ଏବଂ ବାୟନାଡ୍ ଦୁଇଟି ସିଟ୍ ଯଦି ଜିତି ଯାଉଛନ୍ତି ତେବେ ପ୍ରିୟଙ୍କା ଅମେଠିରୁ ନିର୍ବାଚନ ଲଢିପାରନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ , ଏକ ସାକ୍ଷାତକାର ସମୟରେ ପ୍ରିୟଙ୍କା ଏହି କଥାର ସଙ୍କେତ ଦେଇଥିଲେ । ରିପୋର୍ଟ ମୁତାବକ, ପ୍ରିୟଙ୍କାଙ୍କୁ ପଚରାଗଲା ଯେ ଯଦି ରାହୁଲ ଗାନ୍ଧି ଅମେଠି ଏବଂ ବାୟନାଡ୍ ଦୁଇଟି ସିଟରୁ ନିର୍ବାଚନ ଜିତିଗଲେ କ’ଣ ସେ ଅମେଠିରୁ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ ହେବେ? ପ୍ରିୟଙ୍କା କହିଥିଲେ ଯେ ଏଥିରେ କୌଣସି ପ୍ରକାର ପ୍ରତିଯୋଗିତା ନାହିଁ । ଏହାର ନିଷ୍ପତ୍ତି ସେତେବେଳେ ହେବ ଯେତେବେଳେ ମୁଁ କିମ୍ବା ରାହୁଲ ଦୁଇଜଣଙ୍କ ମଧ୍ୟରୁ ଜଣେ ସିଟ୍ ଛାଡିବ । ସେତେବେଳେ ଏହା ଉପରେ ଚର୍ଚ୍ଚା ହେବ ।

ଏହା ପୁର୍ବରୁ ମଧ୍ୟ ନିର୍ବାଚନ ଲଢିବା ପାଇଁ ହୋଇଛି ଚର୍ଚ୍ଚା :

ଏହା ପୁର୍ବରୁ କୁହାଯାଉଥିଲା ଯେ ପ୍ରିୟଙ୍କା ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ବାରାଣାସୀରୁ ନିର୍ବାଚନ ଲଢିବେ । କିନ୍ତୁ ଅଚାନକ ଖବର ଆସିଲା ଯେ ପିଏମ୍ ମୋଦି ନିର୍ବାଚନ ଲଢିବେ ନାହିଁ । ଏହାଦ୍ୱାରା ପାର୍ଟିଙ୍କ କାର୍ଯ୍ୟକର୍ତ୍ତା ଖୁବ୍ ନିରାଶ ହୋଇଥିଲେ । ଅନ୍ୟପକ୍ଷରେ ପାର୍ଟିର ଅନେକ ନେତା ମଧ୍ୟ ଏହାର ସଂକେତ ଦେଇଥିଲେ । ପ୍ରିୟଙ୍କାଙ୍କ ବାରାଣାସୀରୁ ନିର୍ବାଚନ ଲଢିବାକୁ ନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଥିଲା । କିନ୍ତୁ ଯେଉଁଦିନ ମୋଦି ନାମାଙ୍କନ ଦଖଲ ପାଇଁ ବାରାଣାସୀ ପହଁଚିଥିଲେ ଏହାପରେ କଂଗ୍ରେସ ତରଫରୁ ଅଜୟ ରାୟଙ୍କ ନାଁ ଘୋଷଣା କରାଯାଇଥିଲା ।