ମମତାଙ୍କୁ ମୋଦିଙ୍କ ସିଧା ଟାର୍ଗେଟ୍ ! କହିଲେ , ଅହଂକାରୀ ଦିଦି ମୋ ଫୋନ୍ ଉଠାଇଲେ ନାହିଁ ଆଉ ମୁଁ ଫୋନର ଅପେକ୍ଷାରେ ରହିଗଲି । 

741

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପଶ୍ଚିମବଙ୍ଗର ତାମଲୁକରେ ଏକ ରାଲୀ କରୁଥିବା ସମୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଟାର୍ଗେଟ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ କହିବାନୁସାରେ ବାତ୍ୟା ଫୋନି ସମୟରେ ରାଜ୍ୟର ସ୍ଥିତି ଜାଣିବା ପାଇଁ ମମତାଙ୍କୁ ମୋଦି ବହୁତଥର କଲ୍ କରିଥିଲେ । କିନ୍ତୁ ମମତା ତାଙ୍କର ଗୋଟିଏ ବି କଲର ଉତ୍ତର ଦେଇନଥିଲେ । ପିଏମ୍ ମୋଦି କହିଥିଲେ ମମତା ବାନାର୍ଜୀ ଭୟଙ୍କରୀ ବାତ୍ୟାକୁ ମଧ୍ୟ ରାଜନୀତି ସହ ଯୋଡି ଦେଇଛନ୍ତି । ସେ ଅହଂକାରୀ ହୋଇଗଲେଣି ।

ସ୍ପିଡ୍ ବ୍ରେକର୍ ଦିଦି ଭୟଙ୍କରୀ ବାତ୍ୟା ବେଳେ ମଧ୍ୟ ରାଜନୀତି କରିବା ପାଇଁ ଚେଷ୍ଟା କରୁଛନ୍ତି : ମୋଦି 

ରାଲିରେ ପିଏମ୍ ମୋଦିି କହିଛନ୍ତି , ପଶ୍ଚିମବଙ୍ଗର ସ୍ପିଡ୍ ବ୍ରେକର୍ ଦିଦି ଏଭଳି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ରାଜନୀତିକୁ ଜାବୁଡି ଧରିଛନ୍ତି । ବାତ୍ୟା ଫୋନି ସମୟରେ ମୁଁ ମମତା ବାନାର୍ଜୀଙ୍କୁ  ସ୍ଥିତିି ଜାଣିବା ପାଇଁ ବାରମ୍ବାର କଲ୍ କରିଥିଲେ ମଧ୍ୟ ସେ ମୋ ଫୋନ୍ ର ଉତ୍ତର ରଖିନଥିଲେ । ଦିଦିଙ୍କ ଅହଂକାର ଏତେ ଅଧିକ ଥିଲା ଯେ ଜନତାଙ୍କ ଅସୁବିଧାକୁ ନ ଦେଖି ନିଜ ଅହଂକାରକୁ ଗୁରୁତ୍ୱ ଦେଇଥିଲେ । ମୋଦି କହିଥିଲେ ମୁଁ ଅପେକ୍ଷା କରିଥିଲି ଯେ ଦିଦି କାଳେ ଫୋନ୍ କରିବେ କିନ୍ତୁ ସେ ଫୋନ୍ କରିନଥିଲେ ।

ଚାରିଆଡୁ ରାଜ୍ୟ ସରକାରଙ୍କ ସହଯୋଗ କରୁଛି କେନ୍ଦ୍ର : ମୋଦି 

ପ୍ରଧାନମନ୍ତ୍ରୀ  ମୋଦି କହିଛନ୍ତି , ଦିଦିଙ୍କ ରାଜନୀତି ମଧ୍ୟରେ ମୁଁ ପଶ୍ଚିମବଙ୍ଗର ଲୋକଙ୍କୁ ଭରସା ଦେଉଛି ଯେ ସମ୍ପୁର୍ଣ୍ଣ ଶକ୍ତି ସହ ମୁଁ ପଶ୍ଚିମବଙ୍ଗ ଜନତାଙ୍କ ସହ ଠିଆ ହୋଇରହିବି ।