ମଧ୍ୟପ୍ରଦେଶର ରତଲାମ୍ ରେ ଏକ ନିର୍ବାଚନୀ ରାଲିକୁ ସଂବୋଧିତ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ନେତା ସାମ୍ ପିତ୍ରୋଦାଙ୍କ ୮୪ ଦଙ୍ଗାକୁ ନେଇ ଦେଇଥିବା ବିବାଦୀୟ ବୟାନ୍ ‘ହେଲା ତ ହେଲା’ ଜରିଆରେ କଂଗ୍ରେସ ଉପରେ ପଲଟା ଆକ୍ରମଣ କରିଛନ୍ତି । ଏହି ସମୟରେ ମୋଦି କଂଗ୍ରେସ ସରକାର ସମୟରେ ହୋଇଥିବା ଘୋଟାଲାର ସଂଖ୍ୟା ମଧ୍ୟ ଜନତାଙ୍କୁ ଗଣାଇଥିଲେ । ମୋଦି କହିଥିଲେ, କଂଗ୍ରେସ କହୁଛି ହେଲା ତ ହେଲା କିନ୍ତୁ ଜନତା ଏବେ କହୁଛନ୍ତି “ଏବେ ବହୁତ ହେଲା ।”
ଭାଷଣର ଆରମ୍ଭ ଗାଳିରୁ ଆରମ୍ଭ କରେ କଂଗ୍ରେସ : ମୋଦି
ରାହୁଲ ଗାନ୍ଧିଙ୍କ ଉପରେ ଗାଳି କରୁଥିବାର ଅଭିଯୋଗ ଲଗାଇ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ , “ ଏହା ଆମ ସଂସ୍କାର ଯେ ଆମେ ଭାରତମାତାଙ୍କ ବନ୍ଦନା କରି ଦିନର ପ୍ରଥମ କାମ ଆରମ୍ଭ କରୁ କିନ୍ତୁ କଂଗ୍ରେସକୁ ଭାରତମାତାର ବନ୍ଦନା କରିବାରେ ଅସୁବିଧା ଉପୁଜୁଛି । କଂଗ୍ରେସକୁ ମୋତେ ଗାଳି ଦେବାରେ ମଜା ଆସୁଛି । ଦେଶ ଗାଳିଭକ୍ତିରେ ଚାଲିବ ନା ରାଷ୍ଟ୍ରଭକ୍ତିରେ ଚାଲିବ? ଭାଷଣର ଆରମ୍ଭ ଗାଳିରୁ କରୁଛି କଂଗ୍ରେସ । ପିକନିକ୍ କରିବା ପାଇଁ କଂଗ୍ରେସର ନାମୀଦାମୀ ପରିବାର ଯୁଦ୍ଧପୋତ ବ୍ୟବହାର କରୁଥିବା ବେଳେ ପ୍ରଶ୍ନ ପଚାରିଲା ବେଳେ ନିର୍ଲ୍ଲଜ ଭଳି କହୁଛନ୍ତି ହେଲା ତ ହେଲା । ସେ ପନଡୁବ୍ୱୀ ଘୋଟାଲା ହେଉ କିମ୍ବା ହେଲିକ୍ୟାପ୍ଟର ଘୋଟାଲା କେବଳ ଗୋଟିଏ ଜବାବ , ହେଲା ତ ହେଲା ।
କଂଗ୍ରେସ ଶାସନରେ ବୀର ଯବାନଙ୍କୁ ବୁଲେଟ୍ ପ୍ର୍ରୁଫ୍ ଜ୍ୟାକେଟ୍ ମିଳିଲା ନାହିଁ : ମୋଦି
ମୋଦି କହିଛନ୍ତି , କଂଗ୍ରେସ ଶାସନ କାଳରେ ବୀର ଯବାନଙ୍କୁ ବୁଲେଟ୍ ପ୍ର୍ରୁଫ୍ ଜ୍ୟାକେଟ୍ ଟିଏ ମଧ୍ୟ ମିଳିଲା ନାହିଁ । କିନ୍ତୁ ଏନେଇ ପ୍ରଶ୍ନ ପଚାରିଲେ କହିବେ , ହେଲା ତ ହେଲା । କମନୱେଲ୍ଥ ଘୋଟାଲାରେ ଦେଶର ପ୍ରତିଷ୍ଠାକୁ କ୍ଷତ ପଂହଚାଇ ହେଉ ୨ ଜି ଘୋଟାଲାରେ ଦେଶର ଟେଲିଫୋନ୍ ସେବା ମହଙ୍ଗା କରି ହେଉ କିମ୍ବା କୋଇଲା ଘୋଟାଲାରେ ଦେଶର ସଂପତ୍ତି ଲୁଟ୍ କରି ହେଉ ଉତ୍ତର ଗୋଟିଏ , “ହେଲା ତ ହେଲା” । କିନ୍ତୁ ଜନତା ଏବେ ଏହାର ଜବାବ୍ ରଖିଛି ଏବଂ କହୁଛି ବାସ୍ ବହୁତ ହେଲା ।