ଏକଜିଟ୍ ପୋଲ୍ କାଉଣ୍ଟ ଡାଉନ୍ ଆରମ୍ଭ । ଚଳିତ ଥର କିଏ ଗଢିବ ସରକାର, ଆଉ କିଛି ସମୟ ପରେ ମିଳିବ ସଙ୍କେତ ।

282

କନକ ବ୍ୟୁରୋ : ଦେଶରେ ଚଳିତଥର କିଏ ଗଢିବ ସରକାର । ଏହି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଏବେ ସମସ୍ତଙ୍କ ମନରେ ଉତ୍କଣ୍ଠା ବଢୁଛି । ୧୯ ଯୁଦ୍ଧରେ କିଏ ପିନ୍ଧିବ ବିଜୟର ଟିକା, ସେନେଇ ଆଜି ଏକ ପ୍ରତିଛବି ଦେଖିବାକୁ ମିଳିବ । ଅର୍ଥାତ ଆସନ୍ତା ୨୩ରେ ମତଗଣନା ହେବା ପୂର୍ବରୁ ଆଜି ଆସିବ ଏକଜିଟ୍ ପୋଲ୍ ରିପୋର୍ଟ । ଭୋଟ୍ ଦେବା ପରେ କ’ଣ ରହିଛି ଭୋଟରଙ୍କ ପ୍ରତିକ୍ରିୟା, ସେହି ଆଧାରରେ ହେବ ଜିତିବା ହାରିବା ନେଇ ଆକଳନ ।

ଆଜି ଦେଶରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ମତଦାନ ପ୍ରକ୍ରିୟା ଜାରି ରହିଥିବା ବେଳେ, ଆଉ କିଛି ସମୟ ପରେ ସାମ୍ନାକୁ ଆସିବ ଏକଜିଟ୍ ପୋଲ ରିପୋର୍ଟ ବା ବୁଥ୍ ବାହୁଡା ମତ । ଚଳିତ ନିର୍ବାଚନରେ ଦେଶରେ କିଏ ଗଢିବ ସରକାର, ରାଜନୀତିର ରଣାଙ୍ଗନରେ କାହାର ହେବ ଜୟ ଜୟକାର, ସେନେଇ ସ୍ପଷ୍ଟତାର ଏକ ଛବି ଦେଖିବାକୁ ମିଳିବ । ଯେତେବେଳେ ପାଖାପାଖି ସ୍ପଷ୍ଟ ହୋଇପାରେ, ଜନମତ କାହା ସପକ୍ଷରେ ଯାଇଛି । କେଉଁ ନେତାଙ୍କୁ ଭରସିଛନ୍ତି ଭୋଟର ଆଉ କିଏ ବସିବ ସିଂହାସନରେ ?