ସିଦ୍ଧୁୁଙ୍କ ବୟାନ ଉପରେ ବର୍ଷିଲା ବିଜେପି ! ବିଜେପି ନେତା ସମ୍ବିତ୍ ପାତ୍ର କହିଲେ , ମୋଦି କଳା ହେଲେ କ’ଣ ହେଲା , ଭାରତର ରକ୍ଷକ ଅଟନ୍ତି । 

394

ବିଜେପି କଂଗ୍ରେସ ନେତା ନବଜୋତ୍ ସିଂହ ସିଦ୍ଧୁୁଙ୍କ ବୟାନ୍ “କଳା ଇଂରେଜ୍” କୁ ନେଇ ଏବେ ପଲଟା ଆକ୍ରମଣ କରିଛି । ବିଜେପି ସିଦ୍ଧୁଙ୍କ ବୟାନରେ କହିଛି ଯେ ସିଦ୍ଧୁ କେବଳ ପ୍ରଧାନମନ୍ତ୍ରୀ ମୋଦିକୁ ନୁହେଁ ସମ୍ପୁର୍ଣ୍ଣ ଭାରତକୁ “କଳା ଇଂରେଜ୍” ବୋଲି କହିଛନ୍ତି । ବିଜେପି ପକ୍ଷରୁ କରାଯାଇଥିବା ପ୍ରେସ୍ କନଫ୍ରେନ୍ସରେ ବିଜେପି ନେତା ସମ୍ବିତ୍ ପାତ୍ର କହିଛନ୍ତି , “ମୋଦି କଳା ହେଲେ ତ କ’ଣ ହେଲା , ଭାରତର ରକ୍ଷକ ଅଟନ୍ତି ।” ଏହି ସମୟରେ ସେ ସୋନିଆ ଗାନ୍ଧୀଙ୍କ ରଙ୍ଗକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ ।

ଇଟାଲିୟାନ୍ ରଙ୍ଗ ମେ ୨୩ ତାରିଖରେ ଓହ୍ଲାଇଯିବ : ସମ୍ବିତ୍ ପାତ୍ର 

ସମ୍ବିତ୍ ପାତ୍ର କହିଛନ୍ତି , ୧୯୮୪ ଶିଖ୍ ଦଙ୍ଗାକୁ ନେଇ ସିଦ୍ଧୁ କିଛି ମଧ୍ୟ କହିପାରିଲେ ନାହିଁ । ମୋଦି ଜୀ ଇଂରେଜ୍ ଏବଂ ସୋନିଆ ଗାନ୍ଧୀ ଭାରତୀୟ । ଏହା କିଭଳି ନ୍ୟାୟ? ମୋଦି ଜୀ କଳା ହେଲେ କ’ଣ ହେଲା ଦିଲୱାଲା । ସେ କଳା ହେଲେ କ’ଣ ହେଲା ଗରିବଙ୍କ ରକ୍ଷକ,ଭାରତର ରକ୍ଷକ ହେଉଛନ୍ତି ମୋଦି । ଏହି ସମୟରେ ସମ୍ବିତ୍ ପାତ୍ର କହିଥିଲେ ଗୋରା ରଙ୍ଗ ଉପରେ ଏତେ ଗର୍ବ କରନାହିଁ , ଏହି ଇଟାଲିୟାନ୍ ରଙ୍ଗ ମେ ୨୩ ତାରିଖରେ ଉତୁରିଯିବ । ସେ ଆଗକୁ କହିଥିଲେ , ସିଦ୍ଧୁ କହିଥିଲେ ଯେ ମୋଦି ହେଉଛନ୍ତି ଏଭଳି ଜଣେ ନୂଆ ବୋହୂ ଯେ ରୁଟି କମ୍ ବେଲନ୍ତି କିନ୍ତୁ ଚୁଡି ଅଧିକ ଖନକାନ୍ତି । ଏହି ଗୋଟିଏ ବାକ୍ୟରେ ସିଦ୍ଧୁ କହିଥିଲେ ଯେ କଂଗ୍ରେସ ପାର୍ଟି କେବଳ ରେସିଷ୍ଟ୍ ନୁହଁ ସେକ୍ସିଷ୍ଟ୍ ବି ।