ଭିମ୍ ଆର୍ମି ପ୍ରମୁଖ ଚନ୍ଦ୍ରଶେଖର୍ ଆଜାଦ୍ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରାଣାସୀରେ ତାଙ୍କ ବିପକ୍ଷରେ ନିର୍ବାଚନ ଲଢିବା ପାଇଁ ଘୋଷଣା କରିଛନ୍ତି । ସେ କହିଛନ୍ତି,ମୋର ଏକ ଲକ୍ଷ ମୋଦି ଜୀଙ୍କୁ ହଟାଇ ଗୁଜୁରାଟ ପଠାଇବା । ମୁଁ ବାରାଣାସୀରେ ନିର୍ବାଚନ ଲଢିବି ଏବଂ ଜିତିବି କାରଣ ମଇ ମାସରେ ମୁଁ କୌଣସି ପରିସ୍ଥିତିରେ ହାରିବି ନାହିଁ । ଚନ୍ଦ୍ରଶେଖର ଆଜାଦ୍ ବାରାଣାସୀରେ ରୋଡ୍ ଶୋ’ ମଧ୍ୟ କରିଥିଲେ ।
ଗଣମାଧ୍ୟମ ସହ କଥାବାର୍ତ୍ତା କରି ସେ କହିଥିଲେ, “ ଦେଶର ୪୮ ନିୟୁତ ଟଙ୍କା ଧନୀଶ୍ରେଣୀର ଲୋକଙ୍କ ପାଖରେ ଥିବା ବେଳେ ଏହି ଧନୀ ଶ୍ରେଣୀର ଲୋକମାନେ ଗରିବଙ୍କ ଝାଳବୁହା ଧନକୁ ଲୁଟି ନିଜ ଆକାଉଣ୍ଟରେ ଟଙ୍କା ଜମା କରୁଛନ୍ତି । ଆମକୁ ଏହାର ଜବାବ୍ ଦରକାର । ସରକାର କେବଳ ଗରିବଙ୍କୁ ଲୁଟୁଛି । ୨ କୋଟି ଯୁବକଙ୍କ ଚାକିରୀ ସରକାର ନେଇଗଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/03/Chandrashekhar-Azad.jpg)
/kanak/media/post_attachments/wp-content/uploads/2019/03/427716-modi-resized-300x169.jpg)