ଆସନ୍ତା କାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଜାଣନ୍ତୁ କେଉଁ ରାଜ୍ୟର କେତୋଟି ଆସନ ପାଇଁ ହେବ ମତଦାନ, କେଉଁ କେଉଁ ବରିଷ୍ଠ ନେତାଙ୍କର ହେବ ଭାଗ୍ୟ ପରୀକ୍ଷା

Advertisment
ଆସନ୍ତା କାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଜାଣନ୍ତୁ କେଉଁ ରାଜ୍ୟର କେତୋଟି ଆସନ ପାଇଁ ହେବ ମତଦାନ, କେଉଁ କେଉଁ ବରିଷ୍ଠ ନେତାଙ୍କର ହେବ ଭାଗ୍ୟ ପରୀକ୍ଷା

କନକ ବ୍ୟୁରୋ ; ଦେଶରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଯାଉଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଏହି ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ, ଶଶି ଥରୁର୍, ଅଭିନେତାରୁ ନେତା ହୋଇଥିବା ଅରୁଣ ଗୋବିଲ ପ୍ରମୁଖ ପ୍ରାର୍ଥୀ ରହିଛନ୍ତି । ଏହାସହ ବିଜେପିର ହେମାମାଳିନୀ, ଓମ୍ ବିର୍ଲା, ଗଜେନ୍ଦ୍ରସିଂ ଶେଖାୱତ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ତୃତୀୟ ଥର ପାଇଁ ଭାଗ୍ୟ ପରୀକ୍ଷା କରୁଛନ୍ତି । ଲୋକସଭା ନିର୍ବାଚନ ମୋଟ ୭ଟି ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ ଲୋକସଭା ଆସନ ପାଇଁ ମତଦାନ ହୋଇସାରିଛି । ଏଥିରେ ୬୫.୫ ପ୍ରତିଶତ ଭୋଟିଂ ହୋଇଛି ।

ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ କେରଳର ସମସ୍ତ ୨୦ଟି ଆସନ, କର୍ଣ୍ଣାଟକର ୨୮ ଆସନରୁ ୧୪ଟି ଆସନ, ରାଜସ୍ଥାନର ୧୩ଟି ଆସନ, ଆସାମ ଓ ବିହାରରେ ୫ଟି ଲେଖାଏଁ ଆସନ, ଛତିଶଗଡ ଓ ପଶ୍ଚିମବଙ୍ଗରେ ୩ଟି ଲେଖାଏଁ ଆସନ, ମଣିପୁର, ତ୍ରିପୁରା ଓ ଜମ୍ମୁ-କାଶ୍ମୀରର ଗୋଟିଏ ଲେଖାଏଁ ଆସନ ପାଇଁ ଭୋଟ ଗ୍ରହଣ ହେବ ।

ଯଦି ରାଜ୍ୟକୁ ରାଜ୍ୟ ଆଲୋଚନା କରିବା କର୍ଣ୍ଣାଟକ ବେଙ୍ଗାଲୁରୁ ଆସନରୁ ବିଜେପିରୁ ତେଜସ୍ୱୀ ସୂର୍ଯ୍ୟା, ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ମଧ୍ୟପ୍ରଦେଶ ଟିକମଗଡ ଆସନରୁ ବିଜେପିର ବିରେନ୍ଦ୍ର କୁମାର ଖଟିକ, କେରଳର ଅଲ୍ଲାପୁଝାରୁ କଂଗ୍ରେସ ମହାସଚିବ କେ.ସି ବେଣୁଗୋପାଳ ସେମାନଙ୍କର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe