କନକ ବ୍ୟୁରୋ: ଅବ କି ବାର ୪୦୦ ପାର୍ । ବିଜେପିର ଏହି ନାରା ଏବେ ବାସ୍ତବରେ ହେବାକୁ ପରିଣତ ହେବାକୁ ଯାଉଥିବା ଦେଖିବାକୁ ମିଳୁଛି । କାହିଁକି ନା, ଏନଡିଏ ଚଳିତ ଲୋକସଭା ନିର୍ବାଚନରେ ୪୦୦ ଆସନ ପାର୍ କରିବ ବୋଲି ତିନିଟି ଏକଜିଟ୍ ପୋଲ ସଂସ୍ଥା ଆଳକନ କରିଛନ୍ତି ।
ନ୍ୟୁଜ ୨୪-ଟୁଡେ ଚାଣକ୍ୟର ଆକଳନ ଅନୁସାରେ ଏନଡିଏ ୪୦୦ ଆସନ ପାଇପାରେ । କମ୍ ବେଶୀ ହେଲେ ଏନଡିଏ ୩୮୫ରୁ ୪୧୫ ଆସନ ପାଇବ ବୋଲି ଆକଳନ କରିଛି । ସେହିପରି ଇଣ୍ଡିଆ ଟୁଡେ-ଆକ୍ସିସ୍ ମାଇଁ ଇଣ୍ଡିଆର ଆକଳନ ଅନୁସାରେ, ଏନଡିଏ ୩୬୧ରୁ ୪୦୧ ଆସନ ପାଇପାରେ । ଅନ୍ୟପଟେ ଇଣ୍ଡିଆ ଟିଭି-ସିଏନଏକ୍ସର ଆକଳନ ଅନୁସାରେ ଏନଡିଏ ୩୭୧ରୁ ୪୦୧ ଆସନ ପାଇବାରେ ।
ତେବେ ଇଣ୍ଡିଆ ଟୁଡେ ଆକ୍ସିସ୍ ମାଇଁ ଇଣ୍ଡିଆର ଆକଳନ ଅନୁସାରେ ଏନଡିଏକୁ ୪ ଶହ ପାର୍ ଆସନ ମିଳୁଥିବାବେଳେ, ଇଣ୍ଡିଆ ମେଣ୍ଟକୁ ୧୩୧ରୁ ୧୬୬ ଆସନ ମିଳିପାରେ । ସେହିପରି ନ୍ୟୁଜ୍ ୨୪-ଟୁଡେ ଚାଣକ୍ୟ ମଧ୍ୟ ଏନଡିଏକୁ ୯୬ରୁ ୧୧୮ ଆସନ ମିଳିପାରେ ବୋଲି ଅନୁମାନ କରିଛି । ସେପଟେ ଇଣ୍ଡିଆ ଟିଭି-ସିଏନଏକ୍ସ ନିଜର ଏକଜିଟ୍ ପୋଲରେ ଇଣ୍ଡିଆ ମେଣ୍ଟକୁ ୧୦୯ରୁ ୧୩୯ ଆସନ ମିଳିପାରେ ବୋଲି କହିଛି ।
ସୂଚନାଯୋଗ୍ୟ ଯେ, ୨୦୧୯ରେ ଏନଡିଏ ୩୫୨ ଆସନ ପାଇଥିଲା । ସେଥିରୁ ବିଜେପି କେବଳ ୩୦୩ ଆସନ ମିଳିଥିଲା । ତେବେ ଏକଜିଟ ପୋଲ ରିପୋର୍ଟକୁ ନେଇ ମୁହଁମୁହିଁ ହୋଇଛନ୍ତି କଂଗ୍ରେସ-ବିଜେପି । ବିଜେପି ୪୦୦ ଆସନ ପାର କରିବ ବୋଲି ଦଳର ବରିଷ୍ଠ ନେତା ଶିବରାଜ ସିଂ ଚୌହ୍ୱାନ ପୁଣି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଆଉ ଏକଜିଟ ପୋଲ ରିପୋର୍ଟକୁ ସରକାରୀ ଏକଜିଟ୍ ପୋଲ ରିପୋର୍ଟ କହି କଟାକ୍ଷ କରିଛି କଂଗ୍ରେସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/06/11-3.jpg)