କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ଗୁରୁବାର ଦିନ ପଞ୍ଜାବର ୧୩ ଲୋକସଭା ଆସନ ମଧ୍ୟରୁ ୮ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ୮ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ପଞ୍ଜାବ ସରକାରର ୫ ଜଣ ମନ୍ତ୍ରୀ । ଏହାସହ କଂଗ୍ରେସ ଛାଡି ଆମ୍ ଆଦମୀ ପାର୍ଟିରେ ସାମିଲ ହୋଇଥିବା ଗୁରୁପ୍ରୀତ ସିଂ ଜିପିଙ୍କୁ ମଧ୍ୟ ଟିକେଟ ମିଳିଛି ।

Advertisment

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ପଞ୍ଜାବ ପାଇଁ ଆମ୍ ଆଦମୀ ପାର୍ଟି ତାର ଋଣନୀତି ବଦଳାଇଛି । ଦଳର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାମରେ ବିିଭିନ୍ନ ମାମଲା ଚାଲିଛି । ବାରମ୍ବାର ତାଙ୍କୁ ଇଡି ନୋଟିସ ପଠାଉଛି ଓ ଅରବିନ୍ଦ କେଜ୍ରିୱାଲ ଗିରଫ ହୋଇପାରନ୍ତି ବୋଲି ବାରମ୍ବାର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଉଛି । ଏସବୁକୁ ନଜରରେ ରଖି ପାର୍ଟି ପଞ୍ଜାବରେ ଭଗୱନ୍ତ ମାନଙ୍କ ଚେହେରାରେ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛି ।