ନିର୍ବାଚନ କମିଶନଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଇଲେ ରାବଡୀ ଦେବୀ ! କହିଲେ ବିଜେପି ସହ ମହାମେଣ୍ଟରେ କାମ କରୁଛନ୍ତି ନିର୍ବାଚନ କମିଶନ

154

ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ରାବଡି ଦେବୀ ନିର୍ବାଚନ କମିଶନଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ରାବଡି ଟ୍ୱିଟ୍ କରି କହିଛନ୍ତି ସିବିଆଇ,ଇଡି ଭଳି ନିର୍ବାଚନ କମିଶନ୍ ମଧ୍ୟ ବିଜେପି ମହାମେଣ୍ଟକରିନେଇଛନ୍ତି ଏବଂ ଏକ ହୋଇ ଲଜ୍ଜାଶୀଳ ଭାବରେ କାମ କରୁଛନ୍ତି । ରାବଡି ଦେବୀ ଟ୍ୱିଟ୍ କରି କହିଛନ୍ତି ସିବିଆଇ,ଇଡି ଭଳି ନିର୍ବାଚନ କମିଶନ ମଧ୍ୟ ବିଜେପି ସହ ମିଶି କାମ କରୁଛି । ତେଜସ୍ୱୀ ଯାଦବ ଭୋଟ୍ ନ ଦେବା କାରଣରୁ ସେ କହିଥିଲେ ତେଜସ୍ୱୀକୁ ଜାଲିଆତି କରି ଫସାଇ ବଦନାମ୍ କରିବା ପାଇଁ ତାଙ୍କ ଫଟୋ ବଦଳରେ ଆଉ କାହାର ଫଟୋ ଲଗାଇ ଦିଆଗଲା । ଯାହାଦ୍ୱାରା ଅଯଥା ବିବାଦ ଉତ୍ପର୍ଣ୍ଣ କରି ନକରାତ୍ମକ ତଥା ବିଘ୍ନ ଉପୁଜିବାକୁ ଚକ୍ରାନ୍ତ କରାଯାଇଛି ।

ରାବଡି କହିଥିଲେ ପ୍ରତିପକ୍ଷଙ୍କ ସହ ଏଭଳି ବ୍ୟବହାର ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ଭାବନ୍ତୁ ସାଧାରଣ ଭୋଟରଙ୍କ ପାଇଁ ଏହା କିଭଳି ହୋଇଥିବ? ଏହି ମାମଲାରେ ନିର୍ବାଚନ କମିଶନ୍ କି ପଦକ୍ଷେପ ନେଇଛନ୍ତି? ଏଥିପାଇଁ ଦୋଷୀ କିଏ? ତେଜସ୍ୱୀଙ୍କ ସହ କେବଳ ଏମିତି କାହିଁକି କରାଗଲା? ଏଥିପାଇଁ କେଉଁ ଷଡ଼ଯନ୍ତ୍ର କରାଯାଉଛି । ସେ କହିଥିଲେ ମୋ ଝିଅ ସିଙ୍ଗାପୁରରୁ କେବଳ ଭୋଟ୍ ଦେବା ପାଇଁ ଭାରତ ଆସିଥିଲେ କିନ୍ତୁ ତାଙ୍କ ନାଁ ମତଦାନ ସୂଚୀରେ ନଥିଲା । ନିର୍ବାଚନ କମିଶନ୍ କୁହନ୍ତୁ ଏଥିପାଇଁ ଦାୟୀ କିଏ?