ପୂର୍ବ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପୁଅ କହିଲେ , ରାଜନୈତିକ ଲାଭ ପାଇଁ ପିତାଙ୍କ ନାଁକୁ ବ୍ୟବହାର କରି ମିଛ କହୁଛନ୍ତି ପାୱାର

ପୂର୍ବ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପୁଅ କହିଲେ , ରାଜନୈତିକ ଲାଭ ପାଇଁ ପିତାଙ୍କ ନାଁକୁ ବ୍ୟବହାର କରି ମିଛ କହୁଛନ୍ତି ପାୱାର

News Nation

ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ପ୍ରମୁଖ ଶରଦ୍ ପାୱରଙ୍କ ଉପରେ ଗୋଆ ମୁଖ୍ୟମନ୍ତ୍ରୀ ଦିବଙ୍ଗତ ମନୋହର ପାରିକରଙ୍କ ପୁଅ ଅଭିଯୋଗ ଆଣିଛନ୍ତି ଯେ ନିର୍ବାଚନ ଲାଭ ପାଇଁ ତାଙ୍କ ପିତାଙ୍କ ବିଷୟରେ ମିଛ କଥା କୁହାଯାଇଛି । ଆପଣଙ୍କୁ କହିରଖୁଛୁ ରାଫେଲ୍ ଲଢୁଆ ବିମାନ ବ୍ୟାପାରରେ ଶରଦ୍ ପାୱାର କହିଥିଲେ ଏହି ବ୍ୟାପାରରେ ଅସହମତି ପରେ ପାରିକର ରକ୍ଷାମନ୍ତ୍ରୀ ପଦ ଛାଡିଥିଲେ । ରାଜନୀତି ମଇଦାନରେ ନୂଆ କରି ପାଦ ଥାପିଥିବା ପାରିକରଙ୍କ ବଡ ପୁଅ ଉତ୍ପଳ ପାରିକର କହିଛନ୍ତି ଯେ ତାଙ୍କ ପିତା ଜଣେ ସଚ୍ଚୋଟ ବ୍ୟକ୍ତି ଥିଲେ ଏବଂ ରାଫେଲ୍ ବ୍ୟାପାରର ମୁଖ୍ୟ ଶିଳ୍ପକାର ଥିଲେ । ସେ ପାୱାରଙ୍କୁ ଲେଖିଥିବା ଏକ ପତ୍ରରେ କହିଥିଲେ , “ ଆଜି ପାରିକର ଆମ ମଧ୍ୟରେ ନଥିବା ଯୋଗୁଁ ଆପଣ ତାଙ୍କ ନାଁ ବ୍ୟବହାର କରି ମିଛ କହିବାର ସ୍ୱାଧିନତା ପାଇଛନ୍ତି । ଏହା ଭାରତୀୟ ରାଜନୀତିରେ ଏକ ନୂଆ ଏବଂ ନିମ୍ନସ୍ତରର କଥା । ଜଣେ ବରିଷ୍ଠ ଏବଂ ସମ୍ମାନିତ ରାଜନେତା ହିସାବରେ ଜନତା ଆପଣଙ୍କ ଠାରୁ ଏଭଳି କିଛିି ଆଶା କରୁନଥିଲେ ପାୱାର୍ ସାର୍ ।”

publive-image

ତେବେ ରବିବାର ପାୱାର ଏଭଳି ଏକ ବୟାନ୍ ଦେଇଥିଲେ । ସେ କହିଥିଲେ ପାରିକରଙ୍କୁ ରାଫେଲ୍ ସଉଦା ସ୍ୱୀକାର ନଥିବା ଯୋଗୁଁ ସେ ରକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ତେବେ ଉତ୍ପଳ ପାରିକର ରାଜନୈତିକ ଲାଭ ପାଇଁ ପାୱାର ତାଙ୍କ ବାପାଙ୍କ ନାଁକୁ ବ୍ୟବହାର କରିଥିବା କଥା କହୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe