କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ‘ଚୌକିଦାର ଚୋର ହେ’ ବିପକ୍ଷରେ ପ୍ରଧାନମନ୍ତ୍ରୀ ମୋଦି ଆଜି ଏକ ମେଗା ଶୋ’ କରିବାକୁ ଯାଉଛନ୍ତି । ଆଜି ସନ୍ଧ୍ୟା ଦିଲ୍ଲୀର ତାଲକଟୋରା ଷ୍ଟାଡିୟମ୍ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମେ ଭି ଚୌକିଦାର’ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଅଭିଯାନକୁ ସମର୍ଥନ କରିବାକୁ ଯାଇ ସେ ଲକ୍ଷାଧିକ ଲୋକଙ୍କ ସହ କଥାବାର୍ତ୍ତା ହେବେ । ଏହାସହ ଦେଶର ୫୦୦ ରୁ ଅଧିକ ସ୍ଥାନରେ ଭିଡିଓ କନଫରେନ୍ସ ଜରିଆରେ ଜନତାଙ୍କ ସହ ଯୋଡି ହେବେ । ପ୍ରାପ୍ତ ବିବରଣୀ ଅନୁସାରେ ଦିଲ୍ଲୀର ତାଲକଟୋରା ଷ୍ଟାଡିୟମ୍ ରେ ୫ ହଜାରରୁ ଅଧିକ ଲୋକଙ୍କ ଉପସ୍ଥିତିରେ ପିଏମ୍ ମୋଦି ଦେଶର ୫୦୦ ରୁ ଅଧିକ ସ୍ଥାନରେ ଗୋଟିଏ ସମୟରେ ମେ ଭି ଚୌକିଦାର କ୍ୟାମ୍ପେନକୁ ସମର୍ଥନ କରୁଥିବା ଲୋକଙ୍କ ସହ ଭିଡିଓ ଜରିଆରେ ଜଡିତ ହେବେ । ଦିଲ୍ଲୀର ୭ ଟି ଲୋକସଭା କ୍ଷେତ୍ରରେ ମୋଦିଙ୍କୁ ଶୁଣିବା ପାଇଁ ବିଶେଷ କାର୍ଯ୍ୟକ୍ରମ କରାଯାଇଛି । ଦେଶର ଅଲଗା ସ୍ଥାନରୁ ଜନତା ନମୋ ଆପ୍ ଜରିଆରେ ପିଏମ୍ ମୋଦିଙ୍କ ସହ ଜଡିତ ହେବେ ।
ଏହି କନଫରେନ୍ସରେ ପାର୍ଟି ଅଧ୍ୟକ୍ଷ ଅମିତ୍ ଶାହାଙ୍କ ସମେତ ଗୃହମନ୍ତ୍ରୀ ରାଜନାଥ ସିଂହ ଏବଂ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ମଧ୍ୟ ଦିଲ୍ଲୀର ଭିନ୍ନ ଭିନ୍ନ ଲୋକସଭା କ୍ଷେତ୍ରକୁ ଯାଇ ପାର୍ଟିର ବରିଷ୍ଠ ନେତା ,କାର୍ଯ୍ୟକର୍ତ୍ତା ଏବଂ ସଂସଦଙ୍କ ସହ ବସି ମୋଦିଙ୍କ ସମ୍ବୋଧନକୁ ଶୁଣିବେ । ଏହି ସମୟରେ ଲୋକଙ୍କୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଚରାଯିବାର ମଉକା ମଧ୍ୟ ମିଳିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/03/conference-interacting-with-the-participants-via-video_84ce7640-83f6-11e8-bbc3-e5c02a79570e.jpg)
/kanak/media/post_attachments/wp-content/uploads/2019/03/201812240938494635_Modi-dubs-mega-Opposition-coalition-as-unholy-alliance_SECVPF-1-300x200.jpg)