ଟିକେଟ୍ ନ ମିଳିିବା କାରଣରୁ ଅସନ୍ତୋଷ ହୋଇ ପାର୍ଟି ଅଫିସରୁ ୩୦୦ ଚଉକି ଉଠାଇନେଲେ କଂଗ୍ରେସ ନେତା ।

162

ନିର୍ବାଚନ ଋତୁରେ ନେତାଙ୍କୁ ଟିକେଟ୍ ନ ମିଳିିବା ଯୋଗୁଁ ନେତା ନିରାଶ ହୋଇ ପାର୍ଟି ଛାଡିବା କଥା ତ ଆପଣ ଖବରକାଗଜରେ ପଢିଥିବେ ଏବଂ ଟିଭିରେ ଦେଖିଥିବେ । କିନ୍ତୁ ମହାରାଷ୍ଟ୍ରର ଔରଙ୍ଗାବାଦରେ କିଛି ଏଭଳି ପରିସ୍ଥିତି ଆସିଗଲା ଯେଉଁଥିରେ ଲୋକସଭା ଟିକେଟ୍ ନ ମିଳିବା ଯୋଗୁଁ ଜଣେ କଂଗ୍ରେସ ବିଧାୟକ ନିରାଶ ହୋଇ ନିଜ ପାର୍ଟି ଅଫିସରେ ହିଁ ୩୦୦ ଚଉକି ସାଙ୍ଗରେ ନେଇଆସିଲେ । ସୁବେର ସିଲୋଦ୍ ବିଧାନସଭା ସିଟ୍ ର କଂଗ୍ରେସ ବିଧାୟକ ଅବଦୁଲ୍ ସତ୍ତାର ନିଜ ନିରାଶାକୁ ଜାହିର କରିବାକୁ ଯାଇ ଏଭଳି କଲେ ଏବଂ ସେ ଏହି ଚଉକିର ମାଲିକାନା ଥିବା କଥା ମଧ୍ୟ କହିଥିଲେ ଏବଂ ପାର୍ଟି ଛାଡିଥିଲେ ।

ରିପୋର୍ଟ ମୁତାବକ, ସତ୍ତାର କହିଥିଲେ ଯେ ଏହି ଚଉକି ଉପରେ ତାଙ୍କର ମାଲିକାନା ରହିଛି । ତେବେ ଆପଣଙ୍କୁ କହିରଖୁଛୁ କି କଂଗ୍ରେସର ଲୋକାଲ୍ ୟୁନିଟ୍ ନିଜ ଅଫିସ ‘ଗାନ୍ଧୀ ଭବନ’ ରେ ସହଯୋଗୀ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ସହ ଏକ ବୈଠକ ଡକାଇଥିଲେ । ଏହି ବୈଠକର ଠିକ୍ ପୂର୍ବରୁ ସତ୍ତାର ନିଜ ସମର୍ଥକଙ୍କୁ ସାଙ୍ଗରେ ନେଇ ଅଫିସ ପହଂଚିଥିଲେ ଏବଂ ସେଠାରୁ ୩୦୦ ସିଟ୍ ସାଙ୍ଗରେ ନେଇଆସିଲେ । ଚଉକି ନଥିବା କାରଣରୁ ବୈଠକ ଏନସିପି ଅଫିସରେ ହୋଇଥିଲା ।