ଲୋକସଭା ନିର୍ବାଚନ ୨୦୧୯ : ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିରୋଧ କରିବାକୁ ଯାଇ ବେରୋଜଗାର ହେଲେ ହାର୍ଦ୍ଦିକ ପଟେଲ୍ ।

585

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମୁଁ ବି ଚୌକିଦାର’ ଅଭିଯାନର ଜବାବରେ ହାର୍ଦ୍ଦିକ ପଟେଲ୍ ‘ବେରୋଜଗାର’ ହୋଇଯାଇଛନ୍ତି । ଯେଉଁପ୍ରକାରର ‘ମୁଁ ବି ଚୌକିଦାର’ ଅଭିଯାନକୁ ସମର୍ଥନ କରିବାକୁ ଯାଇ ସୋସିଆଲ୍ ମିଡିଆରେ ସମସ୍ତେ ନିଜ ନାଁ ଆଗରେ ଚୌକିଦାର ଲଗାଇଛନ୍ତି । ସେହିଭଳି ହାର୍ଦ୍ଦିକ ନିଜ ନାଁ ଆଗରେ ବେରୋଜଗାର ଶବ୍ଦଟିକୁ ଲଗାଇଛନ୍ତି । ଏଭଳି ଭାବେ ଦେଶରେ ବଢୁଥିବା ବେରୋଜଗାରି ସମସ୍ୟାକୁ ନେଇ ହାର୍ଦ୍ଦିକ ମୋଦି ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛନ୍ତି । ଟ୍ୱିଟର ୟୁଜର୍ସଙ୍କ ଭିତରେ ହାର୍ଦ୍ଦିକ ପଟେଲଙ୍କ ଏଭଳି ପଦକ୍ଷେପ ଉପରେ ଚର୍ଚ୍ଚା ଜୋର୍ ଧରିଛି । ତେବେ ଏହି ପଦକ୍ଷେପକୁ ନେଇ ଉଭୟ ବିରୋଧ ଏବଂ ସମର୍ଥନ ଦେଖାଦେଇଛି । ତେବେ ଆପଣଙ୍କୁ କହିରଖୁଛୁ ହାର୍ଦ୍ଦିକ ଗତ କିଛି ବର୍ଷ ହେଲା ବିଜେପି ନୀତିକୁ ବିରୋଧ କରି ଆସୁଛନ୍ତି । ପାଟିଦାର ଆନ୍ଦୋଳନରୁ ଚର୍ଚ୍ଚିତ ହୋଇଥିବା ହାର୍ଦ୍ଦିକ ପଟେଲ ନିକଟରେ କଂଗ୍ରେସରେ ମିଶି ଲୋକସଭା ନିର୍ବାଚନ ଜିତିବାକୁ ଆଗ୍ରହୀ ଅଛନ୍ତି ।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ମୁଁ ବି ଚୌକିଦାର’ ଅଭିଯାନର କଥା କହିଲେ ସୋସିଆଲ୍ ମିଡିଆରେ ଏହାକୁ ଅଧିକ ସଂଖ୍ୟାୋର ସମର୍ଥନ ମିଳିଛି । ବିଜେପିର ନେତା ଏବଂ ସମର୍ଥକ ତଥା କିଛି ସାଧାରଣ ଟ୍ୱିଟର ୟୁଜର ମୋଦିଙ୍କୁ ସମର୍ଥନ କରି ନାଁ ଆଗରେ ଚୌକିଦାର ଶବ୍ଦଟିକୁ ଲଗାଇଛନ୍ତି ।