ମୋଦିଙ୍କ ପ୍ରଚାରରେ ଜୁନିଅର୍ ଅମ୍ବାନୀ ! ପିତା ମୁକେଶ ଅମ୍ବାନୀ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରୁଥିବା ବେଳେ ମୋଦିଙ୍କୁ ସମର୍ଥନ କରିବାକୁ ଆସିଲେ ପୁଅ ଅନନ୍ତ ଅମ୍ବାନୀ 

ମୋଦିଙ୍କ ପ୍ରଚାରରେ ଜୁନିଅର୍ ଅମ୍ବାନୀ ! ପିତା ମୁକେଶ ଅମ୍ବାନୀ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରୁଥିବା ବେଳେ ମୋଦିଙ୍କୁ ସମର୍ଥନ କରିବାକୁ ଆସିଲେ ପୁଅ ଅନନ୍ତ ଅମ୍ବାନୀ 

ଲୋକସଭା ନିର୍ବାଚନ ପ୍ରଚାରରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସନ୍ଧ୍ୟା ମୁମ୍ବାଇରେ ହେଉଥିବା ବଡ ରାଲିରେ ଉପସ୍ଥିତ ଥିବା ସମୟରେ ହଜାର ହଜାର ସମର୍ଥକ ମୋଦିଙ୍କ ନାରାବାଜି କରୁଥିଲେ । ତେବେ ଏହି ରାଲିରେ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ମଧ୍ୟ ସାମିଲ୍ ଥିଲେ । ବାନ୍ଦ୍ରାର କୁର୍ଲା କମ୍ପଲେକ୍ସରେ ହେଉଥିବା ଏହି ରାଲିରେ ଅନନ୍ତ ଅମ୍ବାନୀ ଆଗରେ ବସିଥିଲେ । ଏହି ସମୟରେ ସେ କହିଥିଲେ ସେ ଦେଶର ସାଥ୍ ଦେବା ପାଇଁ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଶୁଣିବାକୁ ଆସିଛନ୍ତି । ଖାସ୍ କଥା ହେଉଛି ମୁକେଶ୍ ଅମ୍ବାନୀ ନିକଟରେ ଦକ୍ଷିଣ ମୁମ୍ବାଇ ସିଟରୁ କଂଗ୍ରେସ ପ୍ରାର୍ଥୀ ମିଲିନ୍ଦ୍ ଦେଓଡାଙ୍କୁ ସମର୍ଥନ କରୁଛନ୍ତି ।

publive-image

ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଲୋକସଭା ନିର୍ବାଚନରେ କଂଗ୍ରେସକୁ ୫୦ ଟି ସିଟ୍ ମଧ୍ୟ ମିଳିବ ନାହିଁ । ଶିବସେନା ପ୍ରମୁଖ ଉଦ୍ଧବ ଠାକରେଙ୍କ ସହ ଏଠାରେ ଏକ ନିର୍ବାଚନୀ ପ୍ରଚାର ରାଲିକୁ ସଂବୋଧିତ କରି ମୋଦି ନିଜ ପ୍ରାର୍ଥୀଙ୍କୁ ସମର୍ଥନ କରି ସର୍ବେକ୍ଷଣ ରିପୋର୍ଟ ବିଷୟରେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି, ‘ ନିଜ ଭୋଟ୍ କୁ ଖରାପ କରନ୍ତୁ ନାହିଁ । ଭଲ ହେବ ସେହି ପାର୍ଟିକୁ ଭୋଟ୍ ଦିଅନ୍ତୁ ଯେଉଁ ଦଳ ସରକାରକୁ ଆସିବ ଏବଂ ଆପଣ ଆପଣଙ୍କର ଗୋଟିଏ ଭୋଟରେ ସେହି ପାର୍ଟିକୁ ଶକ୍ତ କରିପାରିବେ ।

publive-image
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe