କନକ ବ୍ୟୁରୋ : ମହାରାଷ୍ଟ୍ରରେ ଚାଲିଥିବା ମହାସଂଗ୍ରାମ ମୁମ୍ବାଇରୁ ଦିଲ୍ଲୀ ଯାଏଁ ରାଜନୀତି ସରଗରମ ହୋଇଛି । ଆଜି ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ମହାରାଷ୍ଟ୍ରର ସ୍ଥିତିକୁ ନେଇ ପ୍ରବଳ ହଙ୍ଗାମା ହୋଇଥିଲା । ଗୃହରେ ହଟ୍ଟଗୋଳ ଯୋଗୁଁ ମଧ୍ୟାହ୍ନ ୧୨ଟା ଯାଏଁ ଲୋକସଭାକୁ ମୁଲତବି ରଖିଛନ୍ତି ବାଚସ୍ପତି ।
ଅନ୍ୟପଟେ ରାଜ୍ୟସଭାରେ ମଧ୍ୟ ମହାରାଷ୍ଟ୍ର ପ୍ରସଙ୍ଗରେ ପ୍ରବଳ ହଟ୍ଟଗୋଳ ହୋଇଥିଲା । ଆଉ ଯେଉଁଥିପାଇଁ ରାଜ୍ୟସଭାକୁ ଅପରାହ୍ନ ୨ଟା ଯାଏଁ ମୁଲତବି ଘୋଷଣା କରାଯାଇଛି । ମହାରାଷ୍ଟ୍ର ପ୍ରସଙ୍ଗରେ ବର୍ତ୍ତମାନ ସୁପ୍ରିମକୋର୍ଟରେ ଚାଲିଛି ବଡ ଶୁଣାଣି । ଆଉ କିଛି ସମୟ ପରେ ଆସିପାରେ ବଡ ରାୟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/03THBIRLA.jpg)