ଲୋକ ଜନଶକ୍ତି ପାର୍ଟି ଉପରେ ବଡ ଆରୋପ, ପ୍ରକାଶ ଜାଭେଡକର ଓ ସମ୍ବିତ ପାତ୍ର କହିଲେ ଏଲଜେପି ଏକ ଭୋଟ କଟର ପାର୍ଟି

349

କନକ ବ୍ୟୁରୋ : ବିହାର ବିଧାନସଭା ପାଇଁ ଭୋଟ ଗହଣ ତାରିଖ ଯେତେ ପାଖେଇ ଆସୁଛି ସେଠାରେ ନେତା ମାନଙ୍କ ଭିତରେ ସେତିକି ରୋଚକ ବାକ୍ ବିତଣ୍ଡା ଦେଖିବାକୁ ମଳୁଛି । ଶୁକ୍ରବାର ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କ ଏକ ବୟାନ ବିହାର ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ପ୍ରକାଶ ଜାଭେଡକର କହିଛନ୍ତି କି ଏଲ.ଜେ,ପି ଏକ ଭୋଟ କାଟିବା ଦଳ । ଏହି ବୟାନ ଆସିବା ପରେ ବିହାର ରାଜନୀତିରେ ଭୂକମ୍ପ ଦେଖିବାକୁ ମିଳିଛି । ଜାଭେଡକର କେବଳ ଏତକ କହି ନାହାନ୍ତି । ସେ ଆହୁରି କହିଛନ୍ତି କି ଏଲଜେପି ମୁଖ୍ୟ ଚିରାଗ ପାସୱାନ ଲୋକଙ୍କୁ ବିଜେପି ନାମରେ ଭ୍ରମିତ କରୁଛନ୍ତି । ବିଜେପିର କୌଣସି ବି କି ସି ଟିମ୍ ନାହିଁ । ବିହାର ବିଧାନସଭା ନିର୍ବାଚନରେ ଏନଡିଏକୁ ସ୍ପଷ୍ଟ ବହୁମତ ମିଳିବ । ଏହାକୁ ନେଇ କୌଣସି ଦ୍ୱିମତ ନାହିଁ ।

ଏଠାରେ କହିରଖୁ କି ଏଲଜେପି ଦୀର୍ଘଦିନ ହେବ ଏନଡିଏ ମେଣ୍ଟରେ ରହିଥିଲା । ମାତ୍ର ଚଳିତ ବିହାର ବିଧାନସଭା ନିର୍ବାଚନରେ ଆସନ ଭାଗବଣ୍ଟାକୁ ନେଇ ଚିରାଗ ଏନଡିଏ ମେଣ୍ଟରୁ ବାହାରି ଆସିଥିଲେ । ଏନଡିଏ ମେଣ୍ଟରୁ ଉହୁରିବା ପରେ ସେ କେବଳ ଜେଡିୟୁକୁ ଟାର୍ଗେଟ୍ କରିଥିଲେ । ହେଲେ ମୋଦି କିମ୍ବା ବିଜେପିକୁ ସେ କେବେ ଟାର୍ଗେଟ୍ କରିନଥିଲେ । ଏମିତି କି ସେ କେବଳ ଜେଡିୟୁ ବିରୁଦ୍ଧରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଥିଲେ । ଏହା ସହ ବିହାର ନିର୍ବାଚନ ଫଳା ଫଳ ଆସିବା ପରେ ଯଦି ଆବଶ୍ୟକ ପଡେ ସେ ବିଜେପି ସହିତ ମିଶି ସରକାର କରିବାକୁ ବି କହିଥିଲେ ।
ହେଲେ ଶୁକ୍ରବାର ବିଜେପି ନେତା ପ୍ରକାଶ ଜାଭେଡକରଙ୍କ ବୟାନ ଓ ପୂର୍ବରୁ ବିହାର ଉପମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ସୁଶିଲ ମୋଦି ବି ଏଲଜେପି ଉପରେ ଖୁବ୍ ଗର୍ଜିଥିଲେ । ଯାହାକି ରାଜନୀତି ବିଶେଷଜ୍ଞ ମାନଙ୍କୁ ଚକିତ କରିଛି ।