କନକ ବ୍ୟୁରୋ : ଲୋଇସିଂହାରେ ଆସନ ହାତେଇବାକୁ ଲଢେଇ ଜୋରଦାର । ଭୋଟର କାହାକୁ ନିଜର ବିଧାୟକ ବାଛିବେ ତାହା ଉପରେ ସମସ୍ତଙ୍କର ନଜର ରହିଛି । ପ୍ରତ୍ୟେକ ଦଳକୁ ସୁଯୋଗ ଦେଉଥିବା ଲୋଇସିଂହାବାସୀ ଚଳିତ ଥର କାହା ନାଁରେ ମୋହର ମାରିବେ ତାହା ସବୁଠୁ ବଡ ପ୍ରଶ୍ନ । ଲୋଇସିଂହା ବ୍ଳକ୍, ପୁଇଁତଳା ବ୍ଳକ୍ ଏବଂ ଆଗଲପୁର ବ୍ଳକକୁ ନେଇ ଲୋଇସିଂହା ନିର୍ବାଚନମଣ୍ଡଳୀ ଗଠିତ ।

Advertisment

୨୦୧୯ର ଲଢେଇ
ବିଜେଡି: ପ୍ରଦୀପ ବେହେରା
କଂଗ୍ରେସ: ନବକିଶୋର ନାଏକ
ବିଜେପି: ମୁକେଶ ମାହାଳିଙ୍ଗ

ବିଜେଡି: ପ୍ରଦୀପ ବେହେରା
- ଚାକିରିରୁ ରାଜନୀତି
- ରାଜନୀତିରେ ବିଜେଡିର ନୂଆମୁହଁ
- ସାଂସଦ କଳିକେଶ ସିଂଦେଓଙ୍କ ଅନୁଗତ
- ପ୍ରଥମଥର ବିଧାନସଭା ପ୍ରାର୍ଥୀ

କଂଗ୍ରେସ: ନବକିଶୋର ନାଏକ
- ପୂର୍ବତନ ଲୋଇସିଂହା ସରପଂଚ
- ଲୋଇସିଂହାର ସ୍ଥାନୀୟ ବାସିନ୍ଦା
- ପ୍ରଥମଥର ନିର୍ବାଚନ ଲଢୁଛନ୍ତି

ବିଜେପି: ମୁକେଶ ମାହାଳିଙ୍ଗ
- ବୈଜ୍ଞାନିକ
- ସମାଜସେବୀ
- ପ୍ରଥମଥର ପାଇଁ ନିର୍ବାଚନ ଲଢୁଛନ୍ତି

ମୁହାଁମୁହିଁ ପ୍ରାର୍ଥୀ
- ଚାକିରି ଛାଡି ରାଜନୀତିକୁ ଆସିଥିବା ପ୍ରଦୀପ ବେହେରାଙ୍କୁ ପ୍ରାର୍ଥୀ କରିଛି ବିଜେଡି

- ଲୋଇସିଂହାର ସ୍ଥାନୀୟ ବାସିନ୍ଦା ତଥା ପୂର୍ବତନ ସରପଂଚ ନବକିଶୋର ନାଏକ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି

- ବିଜେପି ପ୍ରାର୍ଥୀ ମୁକେଶ ମହାଳିଙ୍ଗ ଜଣେ ବୈଜ୍ଞାନିକ ଏବଂ ସମାଜସେବୀ ।

୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୧୧ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୧୧ ହଜାର ୮୨
- ମତ ଦେଇଥିଲେ – ୧ ଲକ୍ଷ ୫୮ ହଜାର ୮୨୨
- ଭୋଟଦାନ ହାର – ୭୫.୨୪%

୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ଯୋଗେନ୍ଦ୍ର ବେହେରା ବିଜେଡି ୬୪,୩୪୦ ୪୦.୫୧% ବିଜୟ
ପାଣ୍ଡବ ଚନ୍ଦ୍ର କୁମ୍ଭାର କଂଗ୍ରେସ ୪୧,୪୮୬ ୨୬.୧୨% ପରାସ୍ତ
ପରମାନନ୍ଦ ସେଠ ବିଜେପି ୩୮,୭୩୨ ୨୪.୩୯% ପରାସ୍ତ

କିଏ ମାରିଥିଲା ବାଜି?
- ବିଜେଡ଼ିର ଯୋଗେନ୍ଦ୍ର ବେହେରା ନିର୍ବାଚନ ଜିତିଥିଲେ
- ୬୪ ହଜାର ୩୪୦ ଖଣ୍ଡ ଭୋଟ ପାଇଥିଲେ ବିଜେଡ଼ିି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ପାଣ୍ଡବ ଚନ୍ଦ୍ର କୁମ୍ଭାରଙ୍କୁ ପରାସ୍ତ କରିଥିଲେ
- ୨୨ ହଜାର ୮୫୪ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୮ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

ଲୋଇସିଂହା ବିଧାନସଭା ଆସନ
- ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ଆସନ ସଂରକ୍ଷିତ
- ୧୯୫୭ରେ ଗଠନ ହୋଇଥିଲା ନିର୍ବାଚନମଣ୍ଡଳୀ
- ବଲାଙ୍ଗୀର ଲୋକସଭା କ୍ଷେତ୍ର ଅର୍ନ୍ତଭୁକ୍ତ
- ବିଜେପି ଓ ବିଜେଡି ଗଡରେ ୨୦୦୪ରେ ଜିତିଥିଲା କଂଗ୍ରେସ
- ୨୦୦୪ରେ କଂଗ୍ରେସର ନରସିଂହ ମିଶ୍ର ହୋଇଥିଲେ ବିଧାୟକ
- ବାଲଗୋପାଲ ମିଶ୍ର ୪ଥର ବିଧାୟକ