୩୦ରୁ ଆରମ୍ଭ ହେବ ମୟୂରଭଞ୍ଜ ପ୍ରିମିୟର ଲିଗ୍ ବା ଏମପିଏଲ: ଲୋଗୋ ଓ ଜର୍ସି ଉନ୍ମୋଚିତ; ବିଜେତା ଦଳକୁ ମିଳିବ ୧ ଲକ୍ଷ ଓ ଉପ-ବିଜେତାକୁ ୫୦ ହଜାର ଟଙ୍କା

260

କନକ ବ୍ୟୁରୋ: ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବା ପାଇଁ ଯାଉଛି ମୟୁରଭଂଜ ପ୍ରିମିୟର ଲିଗ୍ ବା ଏମପିଏଲ୍ । କ୍ରିକେଟ ଓ ଫୁଟବୁଲ ଖେଳକୁ ନେଇ ମାର୍ଚ୍ଚ ୩ ତାରିଖ ଯାଏଁ ଚାଲିବ ଏହି ବଡ କ୍ରୀଡାକୁମ୍ଭ । ଏଥି ପାଇଁ ବାରିପଦାରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏମପିଏଲର ଲୋଗୋ ଓ ଜର୍ସି ଉନ୍ମୋଚିତ ହୋଇଛି । ଏହି ଲୋଗା ଉନ୍ମୋଚନ ଉତ୍ସବକୁ ରାଜ୍ୟ ଯୁବ ବିଜେଡି ସଭାପତି ବ୍ୟମୋକେଶ ରାୟ ପରିଚାଳନା କରିଥିଲେ ।

ସେହିପରି କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତୀ ବେହେରା, ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ପ୍ରଣବ ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ । ଏଥିପାଇଁ ପ୍ରସ୍ତୁତି ସହ ଟିମ୍ ଚୟନ ମଧ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି । ଆଉ ଯେଉଁ ଦଳ ଫାଇନାଲରେ ଜିତିବ ସେହି ଦଳକୁ ୧ ଲକ୍ଷ , ଉପ ବିଜେତାକୁ ୫୦ ହଜାର ଓ ମ୍ୟାନ ଅଫ୍ ସିରିଜ ପାଇଁ ହିରୋ ସିବିଜେଡ୍ ଗାଡି ପୁରସ୍କାର ପାଇଁ ବ୍ୟବସ୍ଥା ହୋଇଛି । ଆଉ ଏହା ସଫଳ ହେଲେ ସାରା ରାଜ୍ୟରେ ସମାନ ଫର୍ମୂଲା ଆପଣାଇବା ନେଇ ଚର୍ଚ୍ଚା ହେଉଛି ।