କନକ ବ୍ୟୁରୋ: ଦୁର୍ବଳ ହେଉଛି ପଙ୍ଗପାଳର ଗତି । ଓଡିଶା ଆସିବେ କି ନାହିଁ ତାହା ଆସନ୍ତା ୪ରୁ ୫ ଦିନ ଭିତରେ ଜଣାପଡିବ । ପଙ୍ଗପାଳ ଦଳର ଗତିବିଧି ଉପରେ ମନିଟରିଂ କରାଯାଉଥିବା କହିଛନ୍ତି କୃଷି ନିର୍ଦ୍ଦେଶକ ଏମ ମୁଥୁ କୁମାର । ବର୍ତମାନ ମଧ୍ୟପ୍ରଦେଶର ସାଦେନା ଓ ପଂହା ଜିଲ୍ଲାରେ ପଙ୍ଗପାଳ ଅଛନ୍ତି । ସେଠାରେ ପଙ୍ଗପାଳ ଦଳର ଗତି ଦୁର୍ବଳ ହେଉଛି ।
ତେଣୁ ଓଡିଶା ଆସିବେ ନା ନାହିଁ ସେନେଇ କୌଣସି ନିଷ୍କର୍ସରେ ପହଂଚିବା ଆଗରୁ ୫ ଦିନ ଯାଏଁ ଅପେକ୍ଷା କରାଯାଉଛି । ଅନ୍ୟପଟେ ଫାଓ ବା ଫୁଡ ଆଣ୍ଡ ଏଗ୍ରିକଲଚର ଅର୍ଗାନାଇଜେସନ, ଜାତିସଂଘର ରିପୋର୍ଟ ଅନୁସାରେ ଓଡିଶାକୁ ଜୁଲାଇରେ ନୂଆ ପଙ୍ଗପାଳ ଦଳ ଆସିପାରନ୍ତି । ତେଣୁ କେନ୍ଦ୍ର ସରକାର ଯାହା ମାର୍ଗଦର୍ଶିକା ଦେବେ ସେହି ଅନୁସାରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି କୃଷି ନିର୍ଦ୍ଦେଶକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/31-1.jpg)
/kanak/media/post_attachments/wp-content/uploads/2020/05/vlcsnap-2020-05-30-10h01m54s0.png)