ପଙ୍ଗପାଳ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ସ୍ଥିତିରେ ସମୀକ୍ଷା ପରେ ସଜାଗ ରହିବାକୁ ନବୀନଙ୍କ ପରାମର୍ଶ; ୫ ଜିଲ୍ଲାକୁ ସତର୍କ କରାଇଲେ ରାଜ୍ୟ ସରକାର

579

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ପଙ୍ଗପାଳ ଚିନ୍ତା । ଏ ନେଇ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । କୃଷି ନିର୍ଦ୍ଦେଶ କହିଛନ୍ତି, ପଙ୍ଗପାଳ ଏବେ ଛତିଶଗଡରୁ ମଧ୍ୟପ୍ରଦେଶ ଆଡେ ମୁହାଁଇଛନ୍ତି । ଓଡିଶା ଆସିବାର ସମ୍ଭାବନା ବି ରହିଛି । ପବନର ଦିଗ ଅନୁସାରେ ସେମାନେ ଗତିବିଧି ପରିବର୍ତନ କରୁଛନ୍ତି । ସେଥିପାଇଁ ଆନ୍ଧ୍ର, ଛତିଶଗଡ, ଝାଡଖଣ୍ଡ, ତେଲେଙ୍ଗାନା ସୀମାବର୍ତୀ ଜିଲ୍ଲାଗୁଡିକୁ ସତର୍କ କରାଯାଇଛି । ଏବେ ସୁଦ୍ଧା ରାଜ୍ୟରେ ପଙ୍ଗପାଳ ପଂହଚିନାହାନ୍ତି । ସବୁ ଜିଲ୍ଲାରେ କଂଟିନଜେନ୍ସି ପ୍ଲାନ ପ୍ରସ୍ତୁତ କରିବା ପାଇଁ କୁହାଯାଇଛି । ବଡ ବଡ ସ୍ପ୍ରେ ମେସିନ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ଏଥିପାଇଁ ୧୫ ଲକ୍ଷ ଚାଷୀଙ୍କୁ ସଚେତନ କରାଯିବ । ବିଶେଷକରି ସୁନ୍ଦରଗଡ, ବରଗଡ, ମାଲକାନିଗିରି ସମେତ ଅନେକ ଜିଲ୍ଲାକୁ ସତର୍କ କରାଯାଇଛି । ଓଡିଶାରେ ଦେଖାଦେଇଥିବା ଝିଂଟିକା ପଙ୍ଗୁପାଳ ନୁହନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ କୃଷି ନିର୍ଦ୍ଦେଶକ କହିଛନ୍ତି ।

ସେପଟେ ଓୟୁଏଟି କୁଳପତି କହିଛନ୍ତି, ସବୁ ପ୍ରକାରର ମନିଟରିଂ ଜାରି ରହିଛି । ସୁନ୍ଦରଗଡ, ସୋନପୁର, ନୂଆପଡା କଳାହାଣ୍ଡି, ମାଲକାନଗିରି ଓ ସମ୍ବଲପୁର ଜିଲ୍ଲାକୁ ପଙ୍ଗପାଳ ଆସିବାର ଭୟ ରହିଛି ।

ସେପଟେ, ପଙ୍ଗପାଳ ପୁଣି ମଧ୍ୟପ୍ରଦେଶ ମୁହାଁ ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତି ଛତିଶଗଡ କୋରିଆ ଜିଲ୍ଲାର କୃଷି ଉପନିର୍ଦ୍ଦେଶକ ପି. ଏସ . ଦିୱାନ । ଅଧିକାରୀଙ୍କ କହିବା ଅନୁସାରେ, ମଧ୍ୟପ୍ରଦେଶର ସାହାଡୋଲ ଆଡକୁ ପଙ୍ଗପାଳ ମୁହାଁଉଛନ୍ତି । ଛତିଶଗଡ ଆସିବା ପରେ ରାଜ୍ୟ ଆଡକୁ ଆସିବା ଭୟ ବଢିଯାଇଥିଲା । ଛତିଶଗଡ-ମଧ୍ୟପ୍ରଦେଶ ସୀମାନ୍ତ କୋରିୟା ଜିଲ୍ଲାରେ ପଙ୍ଗପାଳଙ୍କୁ ଦେଖିବାକୁ ମିଳିଥିଲା । କୋରିୟା ଜିଲ୍ଲାର ଭରତପୁରର ଗ୍ରାମାଂଚଳରେ ପଙ୍ଗପାଳକୁ ଦେଖି ସ୍ଥାନୀୟ ଲୋକେ ଭୟଭତି ହୋଇପଡିଥିଲେ । ରବିବାର ରାତିରେ ପଙ୍ଗପାଳ ଏହି ଅଂଚଳର ଏକ ଜଙ୍ଗଲରେ ପହଂଚିଥିଲେ ।

Comments are closed.