ଭାରତୀୟ କୃଷକଙ୍କ ପାଇଁ ନୂଆ ସଂକଟ ଆଣିଲା ପାକିସ୍ତାନ ! ପାକିସ୍ତାନ ପଟୁ ଆସୁଛି ହଜାର ହଜାର ଫସଲ ନଷ୍ଟ କରୁଥିବା ପୋକ , ନିମିଶକେ ମଧ୍ୟରେ ନଷ୍ଟ କରୁଛି ସୁନାର ଫସଲ । 

596

ପାକିସ୍ତାନରୁ ଆସିଲା ନୂଆ ସଂକଟ । ରାଜସ୍ଥାନର ଜୈସଲେଟର ନିକଟବର୍ତ୍ତୀ ପାଖାପାଖି ୩୦୦ ଗାଁରେ ପାକିସ୍ତାନ ଠାରୁ ଆସୁଥିବା ଝିଣ୍ଟିକାଙ୍କ ଆତଙ୍କ ଖେଳିଯାଇଛି । ପାକିସ୍ତାନ ତରଫରୁ ଆସୁଥିବା ଏହି ଝିଣ୍ଟିକା ଭାରତୀୟ କୃଷକଙ୍କ ପରିଶ୍ରମ ଓ ଫସଲ ଉଭୟକୁ ନଷ୍ଟ କରିବାରେ ଲାଗିଛନ୍ତି । ଯାହା ଫଳରେ କୋଟିଏ ଟଙ୍କାର ଫସଲ ନଷ୍ଟ ହୋଇସାରିଲାଣି । ଝିଣ୍ଟିକାଙ୍କ ଆକ୍ରମଣରେ ରାମଗଢ, ଲାଠୀ, ଚାନ୍ଧଣ, ନାଚନା ଓ ମୋହନଗଢ ଭଳି ଅଞ୍ଚଳ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଏହି କାରଣରୁ ସବୁଠାରୁ ଅଧିକ କ୍ଷତି ବାଜରା, ମୁଗ,ବିରି ଆଦି ଫସଲକୁ ସହିବାକୁ ପଡିଛି । 

ସରକାରୀ ବିଭାଗ ଏହି ଝିଣ୍ଟିକାଙ୍କ ଉପରେ ଲଗାମ ଲଗାଇବାରେ ଅସଫଳ ସାବ୍ୟସ୍ତ ହୋଇଛି । ଠିକ୍ ସମୟରେ ଟିମ ପହଂଚି ପାରି ନଥିଲା ଯାହା ଫଳରେ ଭାରତୀୟ କୃଷକଙ୍କୁ ବଡ ଧରଣର କ୍ଷତି ସହିବାକୁ ପଡିଛି । ପାଖାପାଖି ୧.୨୫ ଲକ୍ଷ ହେକ୍ଟରରେ ଝିଣ୍ଟିକା ବ୍ୟାପି ଯାଇଛି । କିନ୍ତୁ ଏହି ପୋକକୁ ନିୟନ୍ତ୍ରଣ କରିବାକୁ ନିୟୋଜିତ ହୋଇଥିବା ୨୦ ଟି ଗାଡି ଅସଫଳ ହୋଇଛି ।

ପଡୋଶୀ ଦେଶରୁ ଆସିଥିବା ଏହି ଝିଣ୍ଟିକାଗୁଡିକକୁ  ପାକିସ୍ତାନ ନିୟନ୍ତ୍ରଣ କରି ନପାରିବା କାରଣରୁ ଭାରତୀୟ କୃଷକଙ୍କୁ ଏହାର ଦଣ୍ଡ ଭୋଗିବାକୁ ପଡିଛି । ଝିଣ୍ଟିକାମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଚୀନ ପାକିସ୍ତାନକୁ କୀଟନାଶକ ସପ୍ଲାଏ କରିଥିଲା । କିନ୍ତୁ ଚୀନରୁ ଆସିଥିବା କୀଟନାଶକ ଏକ୍ସପାୟର ହେବା କାରଣରୁ ଏହା ପ୍ରଭାବ ଝିଣ୍ଟିକା ଉପରେ ହୋଇପାରି ନଥିଲା । ଝିଣ୍ଟିକାକୁ ନିୟନ୍ତ୍ରଣ କରିପାରି ନଥିବା ପାକିସ୍ତାନ ନିଜ ଦୋଷ ଲୁଚାଇବାକୁ ଭାରତର ପୋକ ନିୟନ୍ତ୍ରଣ ବିଭାଗ ସହିତ ୨୧ ନଭେମ୍ବରରେ ହେବାକୁ ଥିବା ବୈଠକକୁ ରଦ୍ଦ କରିଦେଇଥିଲା । ଏହି ବୈଠକ ପୂର୍ବରୁ ପାକିସ୍ତାନ ଆଉ ଏକ ବୈଠକ ମଧ୍ୟ ରଦ୍ଧ କରିଥିଲା ।