କନକ ବ୍ୟୁରୋ: ଜୁନ ୧୫ କିମ୍ବା ଏହା ପରେ ଓଡିଶାକୁ ଆସିପାରନ୍ତି ପଙ୍ଗପାଳ । ଦି ଫୁଡ ଆଣ୍ଡ ଏଗ୍ରିକଲଚର ଅଗ୍ରାନାଇଜେସନ ଅଫ ଦି ୟୁନାଇଟେଡ ନେସନସ ଏହା କହିଛି । ଏଫଏଓ ପକ୍ଷରୁ ଏହି ସୂଚନା ଆସିିଥିବା କହିଛନ୍ତି ଏଗ୍ରିକଲଚର ଆଣ୍ଡ ଫୁଡ ପ୍ରଡକସନ ଡାଇରେକ୍ଟର ଏମ ମୁଥୁ କୁମାର । ତେବେ ଏହାର ଯଥେଷ୍ଟ ପୂର୍ବରୁ ରାଜ୍ୟ ସରକାର ଚତେନ ଅଛନ୍ତି ।
କଂଟ୍ରୋଲ ରୁମ ଖୋଲିବା ପାଇଁ କାମ ଆରମ୍ଭ ହୋଇଯାଇଛି ଏବଂ ଚାଷୀଭାଇମାନଙ୍କୁ ଏ ସମ୍ପର୍କିତ ସୂଚନା ମଧ୍ୟ ଦିଆଯାଉଛି ବୋଲି ସେ କହିଛନ୍ତି । ମୌସୁମୀ ଓଡିଶା ଛୁଇଁବା ପରେ ପବନର ଦିଗ ପରିବର୍ତନ ଉପରେ ସବୁକିଛି ନିର୍ଭର କରୁଛି । ତେଣୁ ପଙ୍ଗପାଳ ଆସିବେ କି ନାହିଁ ସେତେବେଳେ ଅଧିକ ସ୍ପଷ୍ଟ ହୋଇପାରିବ ବୋଲି କହିଛନ୍ତି ମୁଥୁ କୁମାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/05/2-26.jpg)