କନକ ବ୍ୟୁରୋ: ସାମ୍ନାକୁ ଆସିଲା ଆନ୍ଧ୍ରପ୍ରଦେଶରେ ହୋଇଥିବା ଟ୍ରେନ୍ ଦୁର୍ଘଟଣା ପଛର ସତ । ଲୋକୋପାଇଲଟଙ୍କ ଭୁଲ ଯୋଗୁଁ ଚାଲିଯାଇଛି ୧୪ ଜଣଙ୍କ ଜୀବନ । ଗତବର୍ଷ ଅକ୍ଟୋବର ୨୯ରେ ଆନ୍ଧ୍ରପ୍ରଦେଶର ହାୱଡା-ଚେନ୍ନାଇ ରୁଟରେ ହୋଇଥିଲା ବଡ଼ ଧରଣର ରେଳ ଦୁର୍ଘଟଣା । ବିଶାଖାପଟନମ୍ ପଲାସା ପାସେଞ୍ଜର ଟ୍ରେନକୁ ପଛରୁ ଧକ୍କା ଦେଇଥିଲା ରାୟଗଡ଼ା ପାସେଞ୍ଜର । ଏହି ଦୁର୍ଘଟଣାରେ ଲୋକ ପାଇଲଟ ଏବଂ ତାଙ୍କ ସହଯୋଗୀଙ୍କ ସହ ୧୪ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ତେବେ ରାୟଗଡ଼ା ପାସେଞ୍ଜର ଟ୍ରେନର ଲୋକ ପାଇଲଟ ମୋବାଇଲରେ କ୍ରିକେଟ ମ୍ୟାଚ୍ ଦେଖି ଟ୍ରେନ ଚଳାଉଥିବାରୁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

Advertisment

ଏଥିସହ ଭାରତୀୟ ରେଳ ବିଭାଗ ନୂଆ ସୁରକ୍ଷା ବ୍ୟବସ୍ଥା ଉପରେ କାର୍ଯ୍ୟ କରୁଥିବା ସେ କହିଛନ୍ତି । ଏବେ ଟ୍ରେନରେ ଏଭଳି ବ୍ୟବସ୍ଥା କରାଯିବ ଯାହାଦ୍ୱାରା ଲୋକ ପାଇଲଟ ଓ ତାଙ୍କ ସହଯୋଗୀ ଟ୍ରେନ ଚଳାଇବା ଉପରେ ଧ୍ୟାନ ଦେଉଛନ୍ତି କି ନାହିଁ ତାହା ଜଣାପଡିବ ।