ମଦ ପାଇଁ ଛୁ ମାରିଲେ ଲୋକୋ ପାଇଲଟ: ଲୋକଙ୍କ ହଙ୍ଗାମା ପରେ ଗିରଫ କଲା ଜିଆରପି ।

Advertisment
ମଦ ପାଇଁ ଛୁ ମାରିଲେ ଲୋକୋ ପାଇଲଟ: ଲୋକଙ୍କ ହଙ୍ଗାମା ପରେ ଗିରଫ କଲା ଜିଆରପି ।

କନକ ବ୍ୟୁରୋ: ଟ୍ରେନ ଅଟକାଇଲେ, ମଦ ପିଇବାକୁ ଚାଲିଗଲେ ଲୋକୋ ପାଇଲଟ । ଠିକ୍ ଶୁଣିଲେ ଆପଣ । ଟ୍ରାକରେ ଟ୍ରେନ ଅଟକାଇ ମଦ ପିଇବାକୁ ଚାଲିଗଲେ ଲୋକୋ ପାଇଲଟ । ଷ୍ଟେସନରେ ଯାତ୍ରୀବାହୀ ଟ୍ରେନକୁ ଅଟକାଇ ଲୋକୋ ପାଇଲଟ ନିକଟରେ ଥିବା ବଜାରକୁ ମଦ ପିଇବା ପାଇଁ ଚାଲିଯାଇଥିଲେ । ଅନେକ ସମୟ ଧରି ସେ ନଫେରିବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଲୋକଙ୍କ ହଙ୍ଗାମା ପରେ ପ୍ରଥମେ ସ୍ଥାନୀୟ ଜିଆରପି ସେଠାରେ ପହଞ୍ଚିଥିଲେ । ପରେ ବଜାରକୁ ଯାଇ ନିଶାରେ ଥିବା ଲୋକୋ ପାଇଲଟଙ୍କୁ ଆଣିଥିଲେ । ତେବେ ସେ ଟ୍ରେନ ଚଲାଇବା ଅବସ୍ଥାରେ ନଥିବାରୁ ତାଙ୍କ ଜାଗାରେ ଆଉ ଜଣେ ଲୋକେ ପାଇଲଟ ଟ୍ରେନକୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇଥିଲେ । ଲୋକୋ ପାଇଲଟ କରଣବୀର ଯାଦବଙ୍କ ଏଭଳି ଆଚରଣ ସମସ୍ତଙ୍କୁ ଚମକାଇଦେଇଛି ।

ଘଟଣାଟି ଗତ ମେ ୨ର । ସମସ୍ତିପୁର-ସହରସା ଟ୍ରେନ୍ ଅପରାହ୍ନ ୪ଟା ୦୫ରେ ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରିଥିଲା । ସମୟ ପ୍ରାୟ ୫ଟା ୪୧ରେ ହସନପୁରରେ ଟ୍ରେନ ପହଞ୍ଚିବା ପରେ ଜଣାପଡିଲା ରାଜଧାନୀ ଟ୍ରେନ ଅତିକ୍ରମ କରିବା । ଟ୍ରେନ ଆସିବକୁ ଆହୁରି ସମୟ ବାକି ଥିବାରୁ ପାଇଲଟ ଏବଂ ସହ ପାଇଲଟ ଟ୍ରେନରୁ ଓହ୍ଲାଇ ବଜାର ଯାଇଥିଲେ । ତେବେ ସେଠାରେ ଲୋକୋ ପାଇଲଟ ମଦ ପିଇଥିଲେ । ନିଶାରେ ହଙ୍ଗାମା କରିଥିଲେ ପାଇଲଟ । ଏହି ହାଙ୍ଗାମାକୁ ଦେଖି ଜିଆରପି ଟିମ ପହଞ୍ଚି ତାଙ୍କୁ ଗିରଫ କରିଥିଲା ।

ସ୍ଥାନୀୟ ଜିଆରପି ଅଧିକାରୀ ଶ୍ୟାମଦେବ ଯାଦବଙ୍କ କହିବା ଅନୁଯାୟୀ ଏଏସଆଇ ମନୋଜ କୁମାରଙ୍କ ବୟାନ ଆଧାରରେ ଲୋକୋ ପାଇଲଟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଟ୍ରେନ ପ୍ଲାଟଫର୍ମରେ ୧ ଘଣ୍ଟା ଅଟକିବା ପରେ ଆଉ ଜଣେ ଲୋକେ ପାଇଲଟ ଆସିଥିଲେ । ସନ୍ଧ୍ୟା ପ୍ରାୟ ୭ଟାରେ ଟ୍ରେନକୁ ଗନ୍ତବ୍ୟସ୍ଥଳ ସହରସା ଅଭିମୁଖେ ନେଇଥିଲେ । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଡିଭିଜିନାଲ ରେଲୱେ ମ୍ୟାନେଜର ଆଲୋକ ଅଗ୍ରୱାଲ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe