ଖୋଲିଲା ସ୍ମିତାରାଣୀଙ୍କ ସରକାରୀ କ୍ୱାର୍ଟର୍ସ: ମାଜିଷ୍ଟ୍ରେଟ ଓ ବିଡିଓଙ୍କ ଉପସ୍ଥିତିରେ ପିଇଓଙ୍କ ଆଲମିରା ଭାଙ୍ଗିଲା ପୁଲିସ

ଗତ ୧୬ରୁ ବନ୍ଦ ଥିଲା କ୍ୱାର୍ଟର୍ସ ଓ ହରିଦାସପୁର ପଞ୍ଚାୟତ କାର୍ଯ୍ୟାଳୟ

626

କନକ ବ୍ୟୁରୋ: ସରକାରୀ ବାସଭବନରେ ଥିବା ସ୍ମିତାରାଣୀଙ୍କ ଆଲମିରାକୁ ଆଜି ଖୋଲାଯାଇଛି । ମାଜିଷ୍ଟ୍ରେଟ , ପୁଲିସ, ବିଡିଓ, ସ୍ମିତାରାଣୀଙ୍କ ସ୍ମାମୀ ସୁଶୀଲ ବିଶ୍ୱାଳଙ୍କ ଉପସ୍ଥିତିରେ ଏହି ପିଇଓଙ୍କ ଆଲମିରା ଭଙ୍ଗାଯାଇଛି । ଆଲମିରା ଖୋଲିବା ସମୟରେ ତହସିଲଦାର ସରୋଜ କୁମାର ପଣ୍ଡା, ବିଡିଓ ହେମନ୍ତ କୁମାର ସ୍ୱାଇଁ, ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ ଉପସ୍ଥିତ ଥିଲେ ।

ସେପଟେ ବିଧାନସଭା ପ୍ରଶ୍ନକାଳରେ ବିଜେପି ବିଧାୟକଙ୍କ ପ୍ରତିବାଦ । ସ୍ମିତାରାଣୀ ମୃତ୍ୟୁ ମାମଲାରେ କାନ୍ଧରେ କଳା ଗାମୁଛା ପକାଇ ପ୍ରତିବାଦ କରିବା ସହ ଗୃହ ତ୍ୟାଗ କରିଚନ୍ତି ବିଜେପି ସଦସ୍ୟ । ଘଟଣାର ସିବିଆଇ ତଦନ୍ତ ଦାବି କରିଆସୁଥିବା ବିଜେପି ଆଜି ପ୍ରଶ୍ନକାଳରେ ପୁଣି ସ୍ମିତାରାଣୀ ପ୍ରସଙ୍ଗ ଉଠାଇଛି । ଗୃହରେ ବାଚସ୍ପତି ବାରମ୍ବାର ବିଜେପି ସଦସ୍ୟଙ୍କୁ ବସିବା ପାଇଁ ଅନୁରୋଧ କରିଥିବା ବେଳେ ଶେଷରେ ଗୃହରୁ ବାହାରି ଆସି ଗାନ୍ଧୀ ମୂର୍ତି ତଳେ ଧାରଣା ଦେଇଥିଲେ ବିଜେପି ବିଧାୟକ ।