କାଲିଠୁ ଦୋକାନ ସାମ୍ନାରେ ରେଟ୍ ଚାର୍ଟ ନଲଗାଇଲେ ହେବ କାର୍ଯ୍ୟାନୁଷ୍ଠାନ: ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ଗ୍ରୋସରି ଦୋକାନ ବୁଲି ଯାଂଚ

ଜୟପୁରରେ ଚଢା ଦରର ରାସନ ସାମଗ୍ରୀ ବିକ୍ରି ଅଭିଯୋଗ

1,397

କନକ ବ୍ୟୁରୋ: ଜୟପୁରରେ ଶସ୍ତାରେ ମିଳୁଛି ପନିପରିବା । ହେଲେ କିଛି ଅସାଧୁ ବେପାରୀ ଚଢା ଦରରେ ରାସନ ସାମଗ୍ରୀ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଏନେଇ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ୪ଜଣିଆ ଟିମ୍ ସହରର ବିଭିନ୍ନ ଗ୍ରୋସରି ଦୋକାନ ବୁଲି ଯାଂଚ କରିବା ସହ ଚଢ଼ା ଦରରେ ବିକ୍ରି ନକରିବାକୁ ତାଗିଦ କରିଛନ୍ତି । ଯେଉଁ ଦୋକାନି ଦୋକାନ ସାମ୍ନାରେ ରେଟ ଚାଟ ନଲଗାଇବେ ତାଙ୍କ ଦୋକାନ ସିଲ କରାଯିବ ବୋଲି କହିଛନ୍ତି । ଯଦି କେହି ନିୟମ ଉଲଘଂନ କରିବ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

ଅନ୍ୟପଟେ, କରୋନା ଯୋଗୁଁ ତାଲାବନ୍ଦ ଜାରି ରହିଥିବା ବେଳେ ସମ୍ବଲପୁର କୁଚିଣ୍ଡା ଅଂଚଳର ଚାଷୀ ପ୍ରଭାବିତ ହୋଇଛନ୍ତି । କୁଚିଣ୍ଡା ଅଂଚଳ ଗୋଛରା ପଂଚାୟତର ୩ଟି ଗାଁର ଚାଷୀ ପ୍ରାୟ ୩୦ଏକରରୁ ଅଧିକ ଭେଣ୍ଡି ଚାଷ କରି ସମସ୍ୟାରେ ପଡିଯାଇଛନ୍ତି । ଆଗରୁ ଭେଣ୍ଡି ନେବା ପାଇଁ ପଡୋଶୀ ୪ଟି ଜିଲ୍ଲାରୁ ବେପାରୀ ଆସୁଥିଲେ । ହେଲେ ଏବେ କରୋନା ଯୋଗୁଁ ବେପାରୀଙ୍କ ଆସିବା ବନ୍ଦ ହୋଇଯାଇଛି । ଫଳରେ ପରିବାର ଚଳାଇବା ନେଇ ଚିନ୍ତାରେ ଅଂଚଳର ଚାଷୀ ।

ସେହିଭଳି ତାଲାବନ୍ଦର ପ୍ରଭାବରେ ଗୁରୁତର ପ୍ରଭାବିତ ହୋଇଛନ୍ତି କାମାକ୍ଷାନଗର ଗୁଣ୍ଡିଚାନାଳୀ ର ପରିବା ଚାଷୀ । ଏହି ଅଂଚଳର ଜନସଂଖ୍ୟାର ପ୍ରାୟ ୯୦ ପ୍ରତିଶତ ଲୋକ ପନିପରିବା ଚାଷ ସହିତ ଜଡିତ । ତେବେ ତାଲାବନ୍ଦ କାରଣରୁ ଏବେ ଏହାର ପ୍ରଭାବ ଦେଖିବାକୁ ମିଳିଛି ପରିବା କ୍ଷେତ ଉପରେ । ଅମଳ ପନିପରିବା ଆବଶ୍ୟକ ସମୟରେ ଉତ୍ପାଦନ କରି ବଜାରକୁ ଆସିପାରୁନି, ସେପଟେ ଫସଲ ପାଇଁ ଆବଶ୍ୟକ ସାର ଔଷଧ ମଧ୍ୟ ଦୋକାନ ବନ୍ଦଥିବାରୁ ମିଳିପାରୁନି । ଏହାରି ଭିତରେ କ୍ଷେତରେ ନଷ୍ଟ ହେବାକୁ ବସିଲାଣି ବାଇଗଣ, ଭେଣ୍ଡି, ଝୁଡଙ୍ଗ, କଖାରୁ, ମକା ପରି ଚାଷୀଙ୍କ ପରିଶ୍ରମର ସୁନା ଫସଲ । ଏସବୁ ଦେଖିବା ପରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି ।