କରୋନା ସଂକ୍ରମଣକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା : ରାଜ୍ୟରେ ବର୍ତ୍ତମାନ ଆସିନି ଲକଡାଉନ୍ ସ୍ଥିତି; କୌଣସି ସମୟରେ ପଡିପାରେ ତାଲାବନ୍ଦ

197

କନକ ବ୍ୟୁରୋ : କରୋନାକୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ବର୍ତ୍ତମାନ ଯେଉଁ ଷ୍ଟ୍ରେନ ଆସିଛି, ତାହା ସଂକ୍ରମଣ ଅଧିକା ବେଗରେ ଗତି କରୁଛି । ନୂଆପଡ଼ା ଯେହେତୁ ଛତିଶଗଡ଼ ସୀମାରେ ଅଛି ସେଠି ଅଧିକା ସଂକ୍ରମଣ ବଢୁଛି । ନୂଆପଡ଼ା ଜିଲ୍ଲାରେ କେତେ ଲୋକ ଟିକା ନେଲା ପରେ ସଂକ୍ରମିତ ହେଉଛନ୍ତି ସେ ନେଇ ସର୍ଭେ କରାଯାଉଛି ।

ଗତକାଲି ୨ଲକ୍ଷ ୫୨ହଜାର ଟିକାକରଣ କରାଯାଇଛି । ଟିକା ଯାହା ଅଛି ଆଉ ୪ଦିନ ଯିବ । ତେଣୁ କେନ୍ଦ୍ରକୁ ଅଧିକା ଟିକା ଦେବା ପାଇଁ ପତ୍ର ଲେଖାଯାଇଛି । ଏବେ ଲକନାଉନ୍ ସ୍ଥିତି ଆସନାହିଁ । କୌଣସି ମୁହୁର୍ତରେ ବି ଆବଶ୍ୟକତା ପଡ଼ିପାରେ । ସବୁ ଜିଲ୍ଲାରେ କୋଭିଡ଼ ହସ୍ପିଟାଲ ମହଜୁଦ ରଖିବାକୁ ଜିଲ୍ଲା ପ୍ରଶାସନକୁ ଚିଠି ଲେଖାଯାଇଛି ।