ମେ’ ୩ ପରେ ମଧ୍ୟ ବନ୍ଦ ରହିବ ଦେଶର ସମସ୍ତ ଶିକ୍ଷା, ଧାର୍ମିକ ଅନୁଷ୍ଠାନ, ପବ୍ଲିକ ଟ୍ରାନସଫୋର୍ଟ, ସପିଂମଲ୍ସ: ଗ୍ରୀନ ଜୋନରେ ଥିବା ଜିଲ୍ଲା ଗୁଡିକରେ ବେସରକାରୀ ଗାଡି ଚଳାଚଳ ପାଇଁ ମିଳିପାରେ ଅନୁମତି

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନାରୁ ମିଳିଲା ଇସାରା

7,309

କନକ ବ୍ୟୁରୋ: ମେ ୩ ତାରିଖରେ ତାଲା ବନ୍ଦ ଖୋଲିବ ନା ନାହିଁ । ଆଉ ୩ ତାରିଖ ପରେ କଣ ଖୋଲା ରହିବ ଏବଂ କଣ ବନ୍ଦ ରହିବ ଏବେ ତା ଉପରେ ସମଗ୍ର ଦେଶବାସୀଙ୍କ ନଜର ରହିଛି । ତେବେ ଏହାରି ଭିତରେ ମିଳିଥିବା ସୂଚନା ଅନୁସାରେ ଦେଶର ସମସ୍ତ ଶିକ୍ଷାନୁଷ୍ଠାନ, ଧାର୍ମିକ ଅନୁଷ୍ଠାନ, ପବ୍ଲିକ ଟ୍ରାନସଫୋର୍ଟ, ସପିଂମଲସ ମେ ୩ ତାରିଖ ପରେ ମଧ୍ୟ ବନ୍ଦ ରହିବ । ସୋମବାର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡିଓ କନଫରେନସିଂ ମାଧ୍ୟମରେ ୩ ଘଂଟାର ଆଲୋଚନା ପରେ ଏହି ଇସାରା ମିଳିଛି ।

ଗ୍ରୀନ ଜୋନ ବା ସବୁଜ ଜୋନରେ ଥିବା ଜିଲ୍ଲା ଗୁଡିକରେ ବେସରକାରୀ ଗାଡି ଗୁଡିକୁ ଚଳାଚଳ କରିବା ପାଇଁ ଅନୁମତି ମିଳିପାରେ ବୋଲି ବିଶ୍ୱସ୍ତ ସୁତ୍ରରୁ ସୂଚନା ମିଳିଛି । କୋଭିଡ-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ମେ ମାସ ୧୫ ତାରିଖ ପରେ କିଛି ସ୍ଥାନ ମଧ୍ୟରେ ଟ୍ରେନ ଏବଂ ବିମାନ ସେବା ଆରମ୍ଭ ହେବାର ସମ୍ଭାବନା ରହିଛି । ଜନସାଧାରଣ ସର୍ବସାଧାରଣ ସ୍ଥାନରେ ଏକାଠି ହେବା, ସାମାଜିକ ଏକତ୍ରିକରଣ ଉପରେ ପୂର୍ବରୁ ଲାଗିଥିବା କଟକଣା ବଳବତର ରହିବ । ତେବେ ତାଲା ବନ୍ଦ ସଂକ୍ରାନ୍ତୀୟ ଚୂଡାନ୍ତ ନିଷ୍ପତି ଏହି ସପ୍ତାହ ଶେଷରେ ନିଆଯିବ ବୋଲି ସୂଚନା ମିଳିଛି ।