ମଦ ବିକ୍ରି ନେଇ ସୁପ୍ରିମକୋର୍ଟରେ ବଡ ନିଷ୍ପତି: ‘ମଦ’ର ପରୋକ୍ଷ ଭାବେ ଓ ହୋମ୍ ଡେଲିଭରୀ ପାଇଁ ନିଷ୍ପତି ନେଇ ପାରିବେ ରାଜ୍ୟ ସରକାର । ସାମାଜିକ ଦୂରତା ବଜାୟ ରଖି ହୋଇପାରିବ ମଦ ବିକ୍ରି

1,504

କନକ ବ୍ୟୁରୋ: ମଦ ବିକ୍ରିକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତି । ସର୍ବୋଚ୍ଚ ନ୍ୟାୟାଳୟ କହିଲେ, ମଦ ବିକ୍ରି କରାଯିବ କି ନାହିଁ ସେନେଇ ରାଜ୍ୟ ସରକାର ନିଷ୍ପତି ନେବେ । ସାମାଜିକ ଦୁରତା ବଜାୟ ରଖି ମଦ ବିକ୍ରି କରାଯାଇ ପାରିବ ବୋଲି କହିଛନ୍ତି ସର୍ବୋଚ୍ଚ ନାୟାଳୟ । ତେବେ ରାଜ୍ୟ ସରକାର ଚାହିଁଲେ ପରୋକ୍ଷରେ ବା ହୋମ୍ ଡେଲିଭରୀ ଜରିଆରେ ମଦ ଯୋଗାଇ ଦେଇ ପାରିବେ । ତୃତୀୟ ପର୍ଯ୍ୟାୟ ତାଲାବନ୍ଦର ପ୍ରଥମ ଦିନରୁ ମଦ ବିକ୍ରି ପାଇଁ ଅନୁମତି ମିଳିଥିଲା । ଦେଶରେ ବିଭିନ୍ନ ସ୍ଥାନରେ ମଦ ବିକ୍ରି ଚାଲିଥିବାବେଳେ କେତେକ ରାଜ୍ୟରେ ଅନୁମତି ମିଳିନାହିଁ । ତେବେ ଓଡିଶାରେ ମଦ ବିକ୍ରି ପାଇଁ ରାଜ୍ୟ ସରକାର ଅନୁମତି ଦେଇ ନାହାଁନ୍ତି ।

ଭିଡିଓ କନଫରେନ୍ସି ଜରିଆରେ ଆଜି ଏକ ମାମଲାର ଶୁଣାଣି ବେଳେ ତିନି ଜଣିଆ ଖଣ୍ଡପୀଠରେ ଏଭଳି ନିଷ୍ପତି ନିଆଯାଇଛି । ତେବେ ମାର୍ଚ୍ଚ ୨୫ ତାରିଖରେ ଦେଶବ୍ୟାପୀ ତାଲାବନ୍ଦ କଟକଣା ଜାରି ହେବା ଦ୍ୱାରା ଦେଶବ୍ୟାପୀ ବନ୍ଦ ହୋଇ ପଡିଥିବା ମଦ ଦୋକାନଗୁଡିକୁ ଚଳିତ ସପ୍ତାହରେ ଖୋଲିବାକୁ ଅନୁମତି ଦିଆଯାଇଥିଲା । ମାତ୍ର ମଦ ଦୋକାନ ଖୋଲିବା କ୍ଷଣି ହିଁ ଦୋକାନ ଆଗରେ ଶହ ଶହ ସଂଖ୍ୟାରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା ଆଉ ପରିସ୍ଥିତି ଏଭଳି ହୋଇଥିଲା କି ପୁଲିସକୁ ବାଧ୍ୟ ହୋଇ ଲାଠି ଚାର୍ଜ କରିବାକୁ ପଡିଥିଲା ।

ତେଣୁ ପରିସ୍ଥିତିକୁ ନଜରରେ ରଖି ଆଜି ସୁପ୍ରମିକୋର୍ଟ ମଦର ଅନଲାଇନ ବିକ୍ରି ତଥା ହୋମ ଡେଲିଭରୀ କରିବାକୁ ଦେଶର ସମସ୍ତ ରାଜ୍ୟ ସରକାରଙ୍କୁ ନିଷ୍ପତି ନେବା ପାଇଁ ପରାମର୍ଶ ଦେଇଛନ୍ତି । ମଦ ବିକ୍ରି ନେଇ ନିଷ୍ପତ୍ତି ନେବେ ରାଜ୍ୟ ସରକାର । ଏନେଇ ଆମେ କୌଣସି ନିଷ୍ପତ୍ତି ଦେବୁନାହିଁ । ପରୋକ୍ଷ ବିକ୍ରି ଓ ହୋମ ଡେଲିଭରି ନେଇ ନିଷ୍ପତ୍ତି ନେଇପାରିବେ । ମଦ ବିକ୍ରିରେ ସାମାଜିକ ଦୂରତା ବଜାୟ ରହିବ ବୋଲି ସୁପ୍ରମିକୋର୍ଟ ସ୍ପଷ୍ଟ କରିଛନ୍ତି ।