କଣ୍ଟେନମେଣ୍ଟ ଜୋନରେ ରହିବ ଲକଡାଉନ କଟକଣା । କେବଳ ଜରୁରୀ ସେବା ଯୋଗାଇ ଦିଆଯିବ । ଜୁଲାଇ ଯାଏଁ ଦେଶରେ ଖୋଲିବନି କୌଣସି ସ୍କୁଲ, କଲେଜ

1,705

କନକ ବ୍ୟୁରୋ: ଆଉ ତାଲାବନ୍ଦ ନୁହେଁ , ତାଲା ଖୋଲିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର । ଜୁନ୍ ୧ରୁ ଜୁନ୍ ୩୦ ସାରା ଦେଶରେ ଲାଗୁ ହେବ ଅନଲକ୍ ପ୍ରଥମ ପର୍ଯ୍ୟାୟ । ଅବରୋଧ ଅଂଚଳ ବାହାରେ ପର୍ଯ୍ୟାୟ କ୍ରମେ କଟକଣା କୋହଳ ହେବ । ସେହିପରି ଜୁନ୍ ୮ରୁ ଧାର୍ମିକ ଅନୁଷ୍ଠାନ ଖୋଲିବ । ସପିଂ ମଲ୍ ବି ଖୋଲିବ । ତେବେ ସ୍କୁଲ କଲେଜ୍ ଖୋଲିବା ଉପରେ ନିଷ୍ପତି ନେବେ ରାଜ୍ୟ ସରକାର । ଏହାରି ଭିତରେ କିନ୍ତୁ ରାତି ୯ରୁ ସକାଳ ୫ ଯାଏଁ କର୍ଫ୍ୟୁ ବଳବତ୍ତର ରହିବ ବୋଲି ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର । ତେବେ ପୂର୍ବରୁ ସନ୍ଧ୍ୟା ୭ ପରେ ଜାରି ହୋଇଥିବା କଟକଣାକୁ ଆଉ ଦୁଇ ଘଂଟା ପାଇଁ କୋହଳ କରାଯାଇଛି । ଅର୍ଥାତ୍ ରାତି ୯ଯାଏଁ କୋହଳ ହୋଇଛି କଟକଣା ।

ସେପଟେ କଣ୍ଟେନମେଣ୍ଟ ଜୋନରେ କୌଣସି ଅନଲକ ସୁବିଧା ମିଳିବନି । କଣ୍ଟେନମେଣ୍ଟ ଜୋନରେ ପୂର୍ବଭଳି କଟକଣା ଲାଗୁରହିବ । ଜୁନ ୧ରୁ ଜୁନ ୩୦ ଯାଏଁ ଲାଗୁ ରହିବ କଟକଣା । ଜରୁରୀକାଳୀନ ସେବା ଉକ୍ତ ଅଞ୍ଚଳରେ ଯୋଗାଇ ଦିଆଯିବ । ମେଡିକାଲ ସେବା ଆଦି କଣ୍ଟେନମେଣ୍ଟ ଜୋନରେ ଜୋନରେ ଯୋଗାଇ ଦିଆଯିବ ।

ତେବେ ଜୁନ ୧ରୁ ଜୁନ ୩୦ ଯାଏଁ ଅନଲକ-୧ ଜାରି ରହିବ । ଏହି ସମୟରେ କଟକଣା କୋହଳ ହେବ । ହୋଟେଲ, ରେସ୍ତୋରାଁ, ସପିଂ ମଲ ନେଇ ଅନଲକରେ କଟକଣା କୋହଳ । ବଡକଥା ହେଉଛି ଜୁନ ୮ରୁ ଖୋଲିବ ସମସ୍ତ ହୋଟେଲ, ରେସ୍ତୋରାଁ ସପିଂ ମଲ ମଧ୍ୟ ଜୁନ ୮ରୁ ଖୋଲିବ । ସାମାଜିକ ଦୂରତା ରଖି ଏସବୁ ଖୋଲିବାକୁ ନିର୍ଦ୍ଦେଶ ।

ତେବେ ମେଟ୍ରୋ ସେବା, ଜିମ, ସିନେମା ହଲ, ପାର୍କ, ସୁଇମିଂ ପୁଲ, ବାର୍, ଅଡିଟୋରିଅମ ହଲ, ସମ୍ମେଳନ କକ୍ଷ ବନ୍ଦ ରହିବ । କୌଣସି ପ୍ରକାର ସଭା ହେବନି । ଧାର୍ମିକ, ରାଜନୈତୁକ, ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ହେବନି । ଅନଲକ ଫେଜ୍ -୨ରେ ସ୍କୁଲ, କଲେଜ ଖୋଲିବ । ଜୁଲାଇରେ ସ୍କୁଲ, କଲେଜ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ । ତେବେ ଏସବୁ ଫେଜ୍-୩ରେ ନିଷ୍ପତ୍ତି ନିଆଯିବ ଖୋଲିବ କି ନାହିଁ ।