ଗଂଜାମରେ କାଲିଠାରୁ କୋହଳ ହେବ କରୋନା କଟକଣା: ବିନା କାରଣରେ ଘରୁ ବାହାରିବା ମନା; ଖୋଲା ରହିବ ଦୋକାନ ହେଲେ ମାନିବାକୁ ହେବ ସାମାଜିକ ଦୂରତା

ନିୟମ ଭାଂଗିଲେ କାର୍ଯ୍ୟାନୁଷ୍ଠାନ

1,866

କନକ ବ୍ୟୁରୋ: ଆସନ୍ତାକାଲିଠାରୁ ଗଂଜାମରେ କଟକଣା କୋହଳ ହେବ । ଏନେଇ ସୂଚନା ଦେଇଛନ୍ତି ଗଂଜାମ ଜିଲ୍ଲାପାଳ ଅମୃତ କୁଲାଙ୍ଗେ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କଟକଣା କୋହଳ କରାଯିବ । ବିନା ଅନୁମତିରେ କେହି ବାହାରକୁ ବାହାରି ପାରିବେ ନାହିଁ । ଅତି ଆବଶ୍ୟକ କାମ ଥିବା ଲୋକ ମାସ୍କ ପିନ୍ଧି ଘରୁ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାସ୍କ ନ ପିନ୍ଧିଥିଲେ କିମ୍ବା ବିନା କାରଣରେ ଘରୁ ବାହାରିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ସେହିପରି ସୋମବାର ଠାରୁ ଦୋକାନ ଖୋଲିବା ନେଇ କୌଣସି କଟକଣା ରହିବ ନାହି, ଦିନ ରାତି ଦୋକାନ ଖୋଲା ରହିବ । ହେଲେ ସାମାଜିକ ଦୂରତା ରକ୍ଷା କରାନଗଲେ ସେହି ଦୋକାନକୁ ବନ୍ଦ କରିଦିଆଯିବ । ଔଷଧ, ସାର, ଗ୍ରୋସରୀ ଦୋକାନ ଖୋଲିବାକୁ ଅନୁମତି ଥିବା ବେଳେ ବୁଲା ବିକାଳି ବିକ୍ରି କରିପାରିବେ ନାହିଁ ବୋଲି କହିଛନ୍ତି ଗଂଜାମ ଜିଲ୍ଲାପାଳ ।

ତେବେ ଆସନ୍ତାକାଲିଠାରୁ ତାଲାବନ୍ଦ ନିୟମକୁ କିଛି ପରିମାଣରେ କୋହଳ କରିବାକୁ ସରକାର ନିଷ୍ପତି ନେଇଛନ୍ତି । ଗଞ୍ଜାମରେ କଣ କୋହଳ କରାଯିବ ଓ କେଉଁ କଟକଣା ଜାରି ରହିବ ସେ ନେଇ ଆଜି ଛତ୍ରପୁରରେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ପୂର୍ବରୁ ଲକଡାଉନ ନିୟମକୁ କଡାକଡି କରିବାକୁ ଜିଲ୍ଲାପାଳ ଅନେକ ପଦକ୍ଷେପ ନେଇଥିଲେ ଯାହାକୁ ନେଇ ରାଜ୍ୟରେ ଚର୍ଚ୍ଚା ସୃଷ୍ଟି ହୋଇଥିଲା । ରାଜ୍ୟର ପ୍ରଥମେ ଲୋକଙ୍କୁ ମାସ୍କ ପିନ୍ଧିବାକୁ କଡା ନିୟମ ଜାରି କରିଥିଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।