କନକ ବ୍ୟୁରୋ: କରୋନା ସଂକ୍ରମଣକୁ ନଜରରେ ରଖି ପୁଣି ପେରିଛି ଲକଡାଉନ । ବାଂଲାଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ସୋମବାର ଠାରୁ ଲକଡାଉନ ଘୋଷଣା କରାଯାଇଛି । ବଢୁଥିବା କରୋନା ମାମଲାକୁ ରୋକିବା ପାଇଁ ଏପରି ନିଷ୍ପତି ନେଇଛି ବାଂଲାଦେଶ । ଏହି ତାଲାବନ୍ଦ ସମୟରେ ଜରୁରୀସେବା ଜାରି ରହିବ । କେବଳ ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ୍ ଦେଲେ ଅନ୍ୟ ସବୁ ଦୋକାନ ବଜାର ବନ୍ଦ ରହିବ । କିନ୍ତୁ ଶିଳ୍ପାଂଚଳ ଗୁଡିକ ଚାଲୁ ରହିବ । ତାଲାବନ୍ଦ ସମୟରେ ସମସ୍ତ କାର୍ଯ୍ୟାଳୟ ଓ କୋର୍ଟ ବନ୍ଦ ରହିବ । କୋଭିଡ ଗାଇଡ ଲାଇନ ଅନୁଯାୟୀ କର୍ମଚାରୀମାନେ ସିଫ୍ଟରେ କାମ କରିବେ ।
ଗତ କିଛି ଦିନ ହେଲା ବାଂଲାଦେଶରେ ଲଗାତର ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦେଶରେ ମୋଟ ୬ଲକ୍ଷ ୨୪ହଜାର ୫୯୪ ସଂକ୍ରମିତ ଥିବାବେଳେ ୯ହଜାର ୧୫୫ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଗତ କିଛି ଦିନ ହେଲା ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ପ୍ରତିଦିନ ୫ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହେଉଛନ୍ତି । ଏହାକୁ ନଜରରେ ରଖି ଲକଡାଉନ ଘୋଷଣା କରାଯାଇଛି । ଗତ ବର୍ଷ ଜୁନ୍ ଜୁଲାଇ ମାସ ତୁଳନାରେ ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗିଛି । ଏହି ଦେଶରେ ଅଳ୍ପ ଦିନ ମଧ୍ୟରେ ସଂକ୍ରମଣ ମାମଲା ଦ୍ରୁତଗତିରେ ବଢୁଥିବା ନେଇ ପ୍ରଶାସନ ସୂଚନା ଦେଇଛି । ତେଣୁ ସଂକ୍ରମଣକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/04/LOCKDOWN.jpg)