କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୁଣିଥରେ ଲକଡାଉନ୍ ଅବଧି ବୃଦ୍ଧି ନେଇ ଘୋଷଣା କରିଛନ୍ତି । ଘୋଷଣା ମୁତାବକ ଆଉ ଗୋଟିଏ ସପ୍ତାହ ପାଇଁ ଲକଡାଉନ୍ ଅବଧି ବୃଦ୍ଧି କରାଯାଇଛି । ରାଜ୍ୟରେ ଏହି ଲକଡାଉନ୍ ମେ ୨୪ ତାରିଖ ସକାଳ ୫ ଟା ଯାଏଁ ବଳବତ୍ତର ରହିବ । ଏହାସହ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି କି ରାଜ୍ୟରେ କରୋନା ସଂକ୍ରମଣ ହାର ହ୍ରାସ ପାଇଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୬୫୦୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ପଜିଟିଭ ହାର ୧୧ ପ୍ରତିଶତରୁ ଖସି ୧୦ ପ୍ରତିଶତରେ ପହଂଚିଛି ।
କହିରଖୁ କି ଦିଲ୍ଲୀରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏପ୍ରିଲ ୧୮ ତାରିଖ ଦିନ ପ୍ରଥମଥର ପାଇଁ ୬ ଦିନିଆ ଲକଡାଉନ୍ ଘୋଷଣା କରିଥିଲେ । ଏହାପରେ ଏହାକୁ କ୍ରମାଗତ ଭାବେ ୫ ଥର ବୃଦ୍ଧି କରିଛନ୍ତି । ଏବେ ଘୋଷଣା କରାଯାଇଥିବା ଲକଡାଉନରେ ସମସ୍ତ ପୂର୍ବ କଟକଣା ବଳବତର ରହିବା ସହ ମେଟ୍ରୋ ଟ୍ରେନ୍ ସେବା ବି ବନ୍ଦ ରହିବ ।
#WATCH | Delhi Chief Minister Arvind Kejriwal says, "We are extending the lockdown for one more week. Instead of tomorrow, lockdown is extended till next Monday, 5 am in Delhi." pic.twitter.com/Z7cO361LlR
— ANI (@ANI) May 16, 2021
ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଅନେକ ଦିନ ହେବ ଲକଡାଉନ୍ ଜାରି ରହିଛି । ଏହି ଲକଡାଉନ୍ ସମୟରେ ଦିଲ୍ଲୀରେ ଦୈନିକ ସଂକ୍ରମଣ ୬ ହଜାରରୁ କମି ୭ ହଜାର ନିକଟରେ ପହଂଚିଛି । ଏହାସହ ରାଜ୍ୟରେ ମେଡିକାଲ ବେଡ ଓ ଅକ୍ସିଜେନ ସ୍ଥିତିର ସୁଧାର ଆସିଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।