କନକ ବ୍ୟୁରୋ : ବିହାରରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ମଧ୍ୟରେ ବିହାର ସରକାର ରାଜ୍ୟରେ ଲାଗୁ ହୋଇଥିବା ଲକଡାଉନ ଅବଧିକ ମେ ୨୫ ତାରିଖ ପର୍ଯ୍ୟନ୍ତ ଘୁଂଚାଇ ଦେଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ।
ଆଜି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସହଯୋଗୀ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କ ସହିତ ରାଜ୍ୟର କୋଭିଡ ସ୍ଥିତି ସମୀକ୍ଷା କରିବାକୁ ଏକ ବୈଠକ ଡାକିଥିଲେ । ସମୀକ୍ଷା ବୈଠକରେ ଲକଡାଉନର ସକରାତ୍ମକ ପ୍ରଭାବ ବାବଦରେ ଜାଣିବା ପରେ ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟର ଯୋଗେ ଏଭଳି ସୂଚନା ଦେଇଛନ୍ତି । ଟ୍ୱିଟ୍ ମୁତାବକ ମେ ୧୬ ତାରିଖରୁ ମେ ୨୫ ତାରିଖ ପର୍ଯ୍ୟନ୍ତ ବିହାରରେ ଲକଡାଉନ ଜାରି ରହିବ ।
आज सहयोगी मंत्रीगण एवं पदाधिकारियों के साथ बिहार में लागू लॉकडाउन की स्थिति की समीक्षा की गयी। लॉकडाउन का सकारात्मक प्रभाव दिख रहा है। अतः बिहार में अगले 10 दिनों अर्थात 16 से 25 मई, 2021 तक लॉकडाउन को विस्तारित करने का निर्णय लिया गया है।
— Nitish Kumar (@NitishKumar) May 13, 2021
କହିରଖୁ କି ମହାରାଷ୍ଟ୍ର ରେ ବି ଲକଡାଉନ ଭଳି କଟକଣା କୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ବିହାର ସରକାର କହିଛନ୍ତି କି ଯାନ ବାହନରେ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ଆରଟିପିସିଆର ଟେଷ୍ଟ ରିପୋର୍ଟ ଦେଖାଇବାକୁ ହେବ । ଯାହାକି ରାଜ୍ୟକୁ ପଶିବାର ୪୮ ଘଂଟା ପୂର୍ବର ହୋଇଥିବ ।