କ୍ଷେତରେ କାମ କଲେ ପଟ୍ଟାଙ୍ଗି ବିଧାୟକ ପ୍ରୀତମ ପାଢୀ  : ମୁଣ୍ଡରେ ପଗଡି…ହାତରେ କୋଦାଳ..ବିଧାୟକଙ୍କ ଚାଷ କାମ 

137

କନକ ବ୍ୟୁରୋ : ଳକଡ଼ାଉନ୍ ବେଳେ ଜମିରେ ଚାଷ କରୁଛନ୍ତି ବିଜେଡ଼ି ବିଧାୟକ । ପଟାଙ୍ଗି ବିଧାୟକ ପ୍ରୀତମ ପାଢି ନିଜ ପୈତୃକ ଗାଁ ପାକଝୋଲାରେ ନିଜ ଚାଷ ଜମିରେ କାମ କରୁଥିବାର ଦେଖିବାକୁ ମିଳିଛି । ମୁଣ୍ଡରେ ପଗଡ଼ି ବାନ୍ଧି, ହାତରେ କୋଧାଳ ଧରି ଚାଷ କରୁଛନ୍ତି ବିଧାୟକ । ବିଳାଶବ୍ୟସନ ଜୀବନରୁ ବାହାରି ଅନ୍ୟ ଶ୍ରମିକଙ୍କ ସହ ମିଶି ପ୍ରାୟ ୩ଏକର ଜମିରେ ସେ ଅଦା ଚାଷ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି । ଚାରା ରୋପଣ ପୂର୍ବରୁ ଧାଡ଼ିରେ ଗାତ ଖୋଳିବା କାମ ଆରମ୍ଭ କରିଛନ୍ତି । ଗାଁ ରେ ରହି ଫୋନ ଯୋଗେ ଲୋକଙ୍କ ସମସ୍ୟା ବୁଝୁଥିବା ବେଳେ ନିଜକୁ ଚାଷ କାମରେ ନିୟୋଜିତ କରିଛନ୍ତି ।