କନକ ବ୍ୟୁରୋ: କରୋନା କାଳରେ ଦିଲ୍ଲୀରେ କେମିତି ଖୋଲିବ ଦୋକାନ ଓ ମଲ୍ ତା ପାଇଁ ନିୟମ କରିଛନ୍ତି ଦିଲ୍ଲୀ ସରକାର । ହେଲେ ଏହାସହ ଦୋକାନ କାନ୍ଥରେ ମରା ହୋଇଛି ଅଡ୍ ଏବଂ ଇଭିନ୍ ପୋଷ୍ଟର । କେବଳ ସେତିକି ନୁହେଁ ସାମାଜିକ ଦୂରତା ରକ୍ଷା ପାଇଁ ଦୋକାନ ଗୁଡିକ ଆଗରେ ଗରାଖଙ୍କ ଠିଆ ହେବାକୁ ଚିହ୍ନ ବି ଦିଆଯାଇଛି । ଆଉ ଏହାରି ଭିତରେ ବଡ ଭୂମିକା ନେଇଛି ଦିଲ୍ଲୀ ପୋଲିସ । ଲୋକମାନେ କିଭଳି ନିୟମକୁ ଠିକ୍ ଭାବେ ପାଳନ କରିବେ ସେନେଇ ଦୃଷ୍ଟି ରଖାଯାଇଛି ।
ଦିଲ୍ଲୀର ଅନ୍ୟତମ ବ୍ୟସ୍ତ ବହୁଳ ଅଂଚଳ ହେଉଛି ଚାନ୍ଦିନୀ ଚୌକ ମାର୍କେଟ୍ । ଅନଲକ ପରେ ଦୋକାନ ଖୋଲିବାକୁ ଦିଲ୍ଲୀ ସରକାର ତ ନିୟମ କରିଦେଲେ , ହେଲେ ଏହାକୁ ଏହି ଅଂଚଳରେ କେତେ ପାଳନ କରାଯାଉଛି , ତାହାର ସ୍ଥିତି ଦେଖିବାକୁ ନିଜେ ଚାନ୍ଦିନୀ ଚୌକ ବଜାରରେ ପହଁଚି ଯାଇଥିଲେ ଦିଲ୍ଲୀ ପୋଲିସ କମିଶନର । ସ୍ଥାନୀୟ ଅଂଚଳରେ କରୋନା ଗାଇଡ ଲାଇନ ପାଳନ ସହ ବ୍ୟବସାୟୀ କିପରି ନିୟମକୁ ସହଯୋଗ କରୁଛନ୍ତି ସେନେଇ ସେ ସ୍ଥିତି ଦେଖିଥିଲେ ।
ସେପଟେ କଟକଣା ଭିତରେ ଦିଲ୍ଲୀରେ ମେଟ୍ରୋ ବି ଖୋଲିଛି । ଦିଲ୍ଲୀରେ ଗମନାଗମନର ଲାଇଫ୍ ଲାଇନ୍ ଖୋଲିଯିବା ପରେ ଏହାକୁ ନେଇ ଖୁସିପ୍ରକାଶ କରିଛନ୍ତି ଦିଲ୍ଲୀ ବାସୀ । କରୋନା ସମୟରେ ଦିଲ୍ଲୀରେ ଜନ ଜୀବନ ସ୍ୱାଭାବିକ କରିବାକୁ ଏହି ଅନଲକ ବ୍ୟବସ୍ଥାରେ ଲୋକଙ୍କୁ ଆଶ୍ୱସ୍ତିର ନିଶ୍ୱାସ ମାରିବାକୁ ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/06/vlcsnap-2021-06-07-20h46m55s805.png)