ମହାରାଷ୍ଟ୍ରରେ ବେକାବୁ ହେଲାଣି କରୋନା । ଲାଗିପାରେ ସମ୍ପୂର୍ଣ୍ଣ ଲକଡାଉନ୍ । ଆଜି ଲକଡାଉନ୍ ନେଇ ନିଷ୍ପତ୍ତି ନେଇପାରନ୍ତି ଉଦ୍ଧବ ସରକାର ।

159

କନକ ବ୍ୟୁରୋ: ମହାରାଷ୍ଟ୍ରରେ ବେକାବୁ ହେଲାଣି କରୋନା ସ୍ଥିତି । ଏହାକୁ ନେଇ ଆଜି ମହାରାଷ୍ଟ୍ର ସରକାର ନେଇପାରନ୍ତି ବଡ ନିଷ୍ପତି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଉ କିଛି ସମୟ ପରେ ଏହାକୁ ନେଇ ବଡ ନିଷ୍ପତି ନେବେ । ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସହିତ ଏନେଇ ଆଲୋଚନା କରିଛନ୍ତି ଉଦ୍ଧବ ଠାକରେ ।

ସୂଚନା ଅନୁସାରେ ମହାରାଷ୍ଟ୍ରରେ ଏବେ ପୁରା ଲକଡାଉନ୍ ଲାଗୁ କରିବାକୁ ଉଦ୍ଧବ ସରକାର ନିଷ୍ପତି ନେବାକୁ ଯାଉଥିବା ଅନୁମାନ କରାଯାଉଛି । କାରଣ କରୋନା ଗାଇଡଲାଇନକୁ ଅତି ଶକ୍ତ ଭାବରେ ପାଳନ କରି ରାଜ୍ୟରେ ବଢୁଥିବା କରୋନା କୁ ନିୟନ୍ତ୍ରଣକୁ ଆଣିବାକୁ ଠାକରେ ସରକାର ଯୋଜନା କରିଛନ୍ତି । ଏନେଇ ପୁରା ତିଆରି ସରିଛି ଡ୍ରାଫ୍ଟ । କେବଳ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅନୁମୋଦନକୁ ଅପେକ୍ଷା ।

ଅନ୍ୟପଟେ ଡାକ୍ତରଖାନା ଗୁଡିକୁ ଆବଶ୍ୟକ ପରିମାଣର ଅକ୍ସିଜେନ୍, ଔଷଧ, ରେମଡିସେଭର ସହିତ କରୋନା ମୁକାବିଲାର ଅନ୍ୟ ସମସ୍ତ ସାମଗ୍ରୀ ମହଜୁଦ୍ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆଜି ସାଢେ ୮ଟାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏନେଇ ଘୋଷଣା କରିବେ । ବର୍ତମାନ ଦେଶରେ ଦୈନିକ ସଂକ୍ରମଣର ଅଧାରୁ ଅଧିକ ମହାରାଷ୍ଟ୍ରରୁ ଆସୁଥିବାରୁ , ରାଜ୍ୟର ସ୍ଥିତି ଅତି ସଂକଟଜନକ ରହିଛି ।