କନକ ବ୍ୟୁରୋ: ଦେଶରେ ଆଉ ୨ ସପ୍ତାହ ବଢିପାରେ ଲକଡାଉନ ଅବଧି । ଅବଧି ବୃଦ୍ଧି ନେଇ ଆଜି ରାତିରେ ଦେଶବାସୀଙ୍କୁ ସମ୍ବୋଧନ କରିପାରନ୍ତି ପ୍ରଧାନମନ୍ତ୍ରୀ । ଭିଡିଓ କନଫରେନସିଂ ମାଧ୍ୟମରେ ୧୧ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ମୋଦି ଏନେଇ ସଂକେତ ଦେଇଛନ୍ତି । କହିଛନ୍ତି, ଜୀବନ ଅଛି ତ ବିଶ୍ୱ ଅଛି । ଦେଶର ସମସ୍ତ ନାଗରିକ ସାମାଜିକ ଦାୟିତ୍ୱକୁ ବୁଝି ଲକଡାଉନ ନିୟମ ପାଳନ କରିଛନ୍ତି । ତେଣୁ ଜୀବନ ବଞ୍ଚାଇବାକୁ, ବିଶ୍ୱକୁ ବଞ୍ଚାଇବାକୁ ତାଲା ବନ୍ଦ ବଢାଇବା ଛଡା ଆଉ କିଛି ବିକଳ୍ପ ନାହିଁ ।
ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଟୁଇଟ କରି କହିଛନ୍ତି ମୋଦି ସଠିକ ନିଷ୍ପତ୍ତି ନେଇଛନ୍ତି । ଲକଡାଉନ ଜଲଦି କରିିଥିବାରୁ ଅନ୍ୟ ଦେଶଠାରୁ ଭାରତ ଭଲ ସ୍ଥିତିରେ ଅଛି । ଆଜି ରାତିରେ ଦେଶବାସୀଙ୍କୁ ମୋଦି ସମ୍ବୋଧନ କରିପାରିନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚା ହେଉଛି । ଦେଶରେ ତାଲାବନ୍ଦ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମତାମତ ଲୋଡିଥିଲେ । ୧୧ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୧୦ ମୁଖ୍ୟମନ୍ତ୍ରୀ ଏପ୍ରିଲ ୩୦ ଯାଏ ତାଲାବନ୍ଦ ଅବଧି ବଢାଇବାକୁ ଦାବି କରିଛନ୍ତି ।
जान है तो जहान है, जब मैंने राष्ट्र के नाम सन्देश दिया था,
तो प्रारम्भ में बल दिया था कि हर नागरिक की जान बचाने के लिए लॉकडाउन और सोशल डिस्टेंशिंग का पालन बहुत आवश्यक है,देश के अधिकतर लोगों ने बात को समझा और घरों में रहकर दायित्व निभाया:CMs के साथ वीडियो कॉन्फ्रेंस में PM मोदी pic.twitter.com/BpZfgzPmaO— ANI_HindiNews (@AHindinews) April 11, 2020
ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଘରେ ତିଆରି ହୋଇଥିବା ମାସ୍କ ପିନ୍ଧି ବସିଥିବା ଦେଖିବାକୁ ମିଳିଥିଲା । ଦିଲ୍ଲୀ ସରକାର ଆସନ୍ତା ୩୦ ପର୍ଯ୍ୟନ୍ତ ତାଲାବନ୍ଦ ବଢାଇବାକୁ ପ୍ରସ୍ତାବ ଦେଇଛନ୍ତି । ଏପଟେ କେନ୍ଦ୍ରର ନିଷ୍ପତ୍ତି ପୂର୍ବରୁ ଓଡିଶା ସରକାର ତାଲାବନ୍ଦର ଅବଧି ଏପ୍ରିଲ ୩୦ ଯାଏଁ ବଢାଇ ଦେଇଛନ୍ତି । ସେହିପରି ତାଲାବନ୍ଦ ଅବଧି ବଢାଇବା ନେଇ ରାଜ୍ୟ କ୍ୟାବିନେଟର ସୁପାରିସ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଛି । ଏହି ଘୋଷଣାର ୨୪ ଘଂଟା ନପୁରୁଣୁ ପଂଜାବ ସରକାର ମଧ୍ୟ ମେ ୧ ତାରିଖ ଯାଏଁ ତାଙ୍କ ରାଜ୍ୟରେ ତାଲାବନ୍ଦ ଅବଧି ବଢାଇଛନ୍ତି । କର୍ଣ୍ଣାଟକ ସରକାର ବି ଏହି ଅବଧି ବଢାଇବା ନେଇ ଆଲୋଚନା ଜାରି ରଖିଛନ୍ତି । ପୂର୍ବରୁ ତେଲେଙ୍ଗାନା ମଧ୍ୟ ଏହି ଅବଧି ବଢାଇବାକୁ କେନ୍ଦ୍ରକୁ ଅନୁରୋଧ କରି ସାରିଛି ।