ଲକଡ଼ାଉନ୍ ବେଳେ ମାତିଛନ୍ତି ଲୁଟେରା : ରାଜନଗର ବଜାରରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମ୍ ତାଡ଼ି ଟଙ୍କା ଲୁଟିନେଲେ ଦୁର୍ବୃତ, ସିସିଟିଭି ଫୁଟେଜରୁ ତନାଘନା

46

କନକ ବ୍ୟୁରୋ : ଲକଡ଼ାଉନ୍ ବେଳେ ମାତିଛନ୍ତି ଲୁଟେରା । କେନ୍ଦ୍ରାପଡ଼ା ରାଜନଗର ବଜାରରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମ୍ ତାଡ଼ି ଟଙ୍କା ଲୁଟିନେଲେ ଦୁର୍ବୃତ । ସିସିଟିଭ୍ ଫୁଟେଜରୁ ତନାଘନା କରୁଛି ପୋଲିସ । ତେବେ ଏଟିଏମରୁ କେତେ ଟଙ୍କା ଲୁଟ ହୋଇଛି ତାର କାରଣ ଜଣାପଡ଼ିନାହିଁ । ଟଙ୍କା ନେଇ ଫେରର ମାରିଛି ଲୁଟେରା । ପୋଲିସର ହାତ ଖାଲି । ବିଭିନ୍ନ ସମୟରେ ଏଭଳି ଘଟଣା ସାମ୍ନାକୁ ଆସୁଥିବା ବେଳେ ପୋଲିସ ଅପାରଗତାକୁ ନେଇ ପ୍ରଶ୍ନ ଉଠିଛି ।