କନକ ବ୍ୟୁରୋ: ଦେଶରେ କରୋନା ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣକୁ ରୋକିବା ଦିଗରେ ଲକଡାଉନ ଭଳି ପଦକ୍ଷେପକୁ ଏଡାଇବା ପାଇଁ ପରାମର୍ଶ । କେବଳ ଲକଡାଉନ ଲଗାଇ ସଂକ୍ରମଣକୁ ରୋକିବା ଭଳି ପଦକ୍ଷେପକୁ ବିରୋଧ କରାଯାଇଛି । କେନ୍ଦ୍ର କିମ୍ବା ରାଜ୍ୟ ସରକାର ଗୁଡିକ ଅନ୍ୟ ବିକଳ୍ପ ଉପରେ ଚିନ୍ତା କରିବା ଉଚିତ ବୋଲି କହିଛି- ଲାନସେଟ୍ କୋଭିଡ କମିଶନ ଇଣ୍ଡିଆ ଟାସ୍କଫୋର୍ସ ।
ସରକାରୀ ଓ ବେସରକାରୀ ୨୨ ଜଣ ବିଶେଷଜ୍ଞଙ୍କୁ ନେଇ ଏହି କମିଟି କରୋନାର ଦ୍ରୁତ ସଂକ୍ରମଣକୁ ରୋକିବା ଲାଗି ୧୬ଟି ପ୍ରସ୍ତାବ ଦେଇଛି । କିନ୍ତୁ ଲକଡାଉନ ଭଳି କଠୋର କଟକଣାକୁ ଏହି କମିଟି ବିରୋଧ କରିଛି । ତେବେ ଲକଡାଉନ, ସଟଡାଉନ ଭଳି କଠୋର କଟକଣା ଲାଗୁ ନକରି କିଭଳି ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣକୁ କମ୍ କରାଯାଇ ପାରିବ ନଜର ପକାନ୍ତୁ ।
କେମିତି ରୋକିହେବ କରୋନାର ସଂକ୍ରମଣ?
- ଦେଶରେ କୋଭିଡ୍ ଟିକାକରଣକୁ ଜୋରଦାର କରିବା
- ୪୫ ବର୍ଷରୁ କମ୍ ଏକାଧିକ ରୋଗ ଥିବା ବ୍ୟକ୍ତିଙ୍କ ଟିକାକରଣ
- ଉପଲବ୍ଧ କରୋନା ଟିକା ଗୁଡିକର ବ୍ୟହାର ପାଇଁ ଅନୁମତି
- କରୋନା ଟିକା ଉତ୍ପାଦନକୁ ତ୍ୱରାନ୍ୱିତ କରିବା
- ଟିକା ଗ୍ରହଣକୁ ନେଇ ରହିଥିବା ଅନିଚ୍ଛାକୁ ଦୂର କରିବା
- ଟିକା ନେବାପରେ ପାଶ୍ୱର୍ ପ୍ରତିକ୍ରିୟାକୁ ଭଲଭାବେ ନିରୀକ୍ଷଣ କରିବା
- ଭୂତାଣୁର ପ୍ରକାର ଜାଣିବାକୁ ଜେନମ୍ ସିକ୍ୱେନ୍ସିଂ କରିବା
- ସଂକ୍ରମିତଙ୍କ ଚିହ୍ନଟ ପାଇଁ କରୋନା ପରୀକ୍ଷାକୁ ଜୋରଦାର କରିବା
- କରୋନା ସତର୍କତା ଗ୍ରହଣ ପାଇଁ ଲୋକଙ୍କୁ ବାଧ୍ୟ କରିବା
- ଭିଡକୁ ଯଥା ସମ୍ଭବ କମ୍ କରିବା ପାଇଁ ଚେଷ୍ଟା କରିବା
- ବାହାରୁ ଆସୁଥିବା ଲୋକଙ୍କ କ୍ୱାରେଂଟିନ୍ ଓ ଆଇସୋଲେସନ୍