ଓମିକ୍ରନ ଭ୍ୟାରିଆଣ୍ଟର ମୁକାବିଲା ମନ୍ତ୍ର ଦେଲେ କେ. ଶ୍ରୀନାଥ ରେଡ୍ଡୀ । କହିଲେ ଜରୁରୀ ନୁହେଁ ଲକଡାଉନ.. 

Advertisment
ଓମିକ୍ରନ ଭ୍ୟାରିଆଣ୍ଟର ମୁକାବିଲା ମନ୍ତ୍ର ଦେଲେ କେ. ଶ୍ରୀନାଥ ରେଡ୍ଡୀ । କହିଲେ ଜରୁରୀ ନୁହେଁ ଲକଡାଉନ.. 

କନକ ବ୍ୟୁରୋ: ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଓମିକ୍ରନ ଭାରିଆଣ୍ଟ ସଂକ୍ରମିତ ଚିହ୍ନଟ ହେବା ପରେ ସଜାଗ ହୋଇଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । ଓମିକ୍ରନର ମୁକାବିଲା ପାଇଁ ନୂଆ ମନ୍ତ୍ର ଦେଇଛନ୍ତି, ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ପରାମର୍ଶଦାତା କେ. ଶ୍ରୀନାଥ ରେଡ୍ଡୀ । ନୂଆ ଭାରିଆଣ୍ଟକୁ ରୋକିବା ପାଇଁ ଲକଡାଉନ ବିକଳ୍ପ ଗ୍ରହଣ ନକରିବାକୁ ସେ ପରାମର୍ଶ ଦେଇଛନ୍ତି । କରୋନାର ନୂଆ ପ୍ରଜାତି ବାରମ୍ବାର ରୂପ ବଦଳାଇଥିଲେ ମଧ୍ୟ ଏହା ଯେ ଘାତକ ହେବ ଏହା କୁହାଯାଇ ପାରିବ ନାହିଁ । ତେଣୁ ଲକଡାଉନ୍ କରି ଲୋକଙ୍କୁ ଭୟଭୀତ ନକରିବାକୁ କେ.ଶ୍ରୀନାଥ ରେଡ୍ଡୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ସାରା ବିଶ୍ୱରେ ଓମିକ୍ରନକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି । ଡେଲଟା ତୁଳନାରେ ଏହା ଅଧିକ ସଂକ୍ରାମକ ଓ ଘାତକ ସାବ୍ୟସ୍ତ ହେବା ଆଶଙ୍କାରେ ଗୋଟିଏ ପରେ ଗୋଟିଏ ଦେଶ ଲକଡାଉନ୍, ବିମାନ ଚଳାଚଳ ବନ୍ଦ ଭଳି ନିଷ୍ପତି ନେଉଛନ୍ତି । ହେଲେ ଏହାକୁ ନାପସନ୍ଦ କରିଛନ୍ତି ବରିଷ୍ଠ ବିଶେଷଜ୍ଞ କେ. ଶ୍ରୀନାଥ ରେଡ୍ଡୀ । କେ. ଶ୍ରୀନାଥ ରେଡ୍ଡୀ ହେଉଛନ୍ତି ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ତଥା ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ପରାମର୍ଶଦାତା । ଆଉ ସେ ଓମିକ୍ରନ ମୁକାବିଲା ପାଇଁ ନୂଆ ମନ୍ତ୍ର ସାମ୍ନାକୁ ଆଣିଛନ୍ତି ।

ଯେହେତୁ କରୋନାର ଏହି ନୂଆ ପ୍ରଜାତି ବାବଦରେ ଖୁବ୍ କମ୍ ତଥ୍ୟ ଜଣାଅଛି, ତେଣୁ ଏହା ଡେଲଟା ଠାରୁ ଅଧିକ କ୍ଷତିକାରକ ହେବ ବୋଲି ଆକଳନ କରାଯାଇପାରିବନି । ଡାକ୍ତର କେ. ଶ୍ରୀନାଥ ରେଡ୍ଡୀଙ୍କ ଅନୁସାରେ ମାସ୍କ, ଭେଣ୍ଟିଲେସନ୍, ଭ୍ୟାକସିନ୍ ଓ ଟେଷ୍ଟିଂ ଜରିଆରେ ଓମିକ୍ରନ ମୁକାବିଲା ହେଉ । ତାଲାବନ୍ଦ ସହ ଯାତାୟତରେ ରୋକ ଲଗାଇ ଭୟ ସୃଷ୍ଟି କରାନଯାଉ । କରୋନା ସଂଖ୍ୟା ବଢିଲେ ସଂକ୍ରମଣକୁ ରୋକିବା ପାଇଁ ତାଲାବନ୍ଦକୁ ଏକ ବଡ ଅସ୍ତ୍ର ଭାବେ ସରକାର ମାନେ ବ୍ୟବହାର କରିଥାନ୍ତି । ହେଲେ ଅର୍ଥନୀତି ଉପରେ ପଡୁଥିବା ନକରାତ୍ମକ ଦିଗ ଏବଂ ରୋଜଗାର ହରାଉଥିବା ସାଧାରଣ ଲୋକଙ୍କ କଥା ଚିନ୍ତା କଲେ, ଏ ପରାମର୍ଶ ଆଜିର ଦିନରେ ଯଥେଷ୍ଟ ପ୍ରଭାବୀ ମନେ ହେଉଛି ।

ବଡ କଥା ହେଉଛି, ଯେଉଁ ସ୍ପାଇକ୍ ପ୍ରୋଟିନକୁ ନେଇ ସାରା ବିଶ୍ୱରେ ଭୟର ସ୍ଥିତି ସୃଷ୍ଟି ହୋଇଛି ତାର ଭିନ୍ନ ଏକ ତଥ୍ୟ ବି ସାମ୍ନାକୁ ଆସିଛି । କେ. ଶ୍ରୀନାଥ ରେଡ୍ଡୀ ନିଜ ଲେଖା ମାଧ୍ୟମରେ ଦର୍ଶାଇଛନ୍ତି...

  • ଯେଉଁ ଭ୍ୟାରିଆଣ୍ଟ ବହୁ ସଂଖ୍ୟାରେ ମ୍ୟୁଟେସନ୍ ପରେ ସୃଷ୍ଟି ହୋଇଛି, ତାହା ଯେ ସବୁବେଳେ ଘାତକ ସାବ୍ୟସ୍ତ ହେବ କୁହାଯାଇପାରିବନି
  • ମ୍ୟୁଟେସନ୍ ପରେ ସୃଷ୍ଟି ହୋଇଥିବା କରୋନାର ‘ବେଟା’ ପ୍ରଜାତି, ସାରା ବିଶ୍ୱ ପାଇଁ ଚିନ୍ତା ବଢାଇଥିଲା
  • ହେଲେ ଏହା ସେତେ ବେଶୀ ଘାତକ ସାବ୍ୟସ୍ତ ହୋଇନଥିଲା

ଖାଲି ସେତିକି ନୁହେଁ କେବଳ ପ୍ରବେଶ ପଥରେ ଚେକିଂ କରି ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଦେଖିବା ବଦଳରେ, ପରବର୍ତୀ ସମୟରେ ଯଦି ସେମାନଙ୍କ ଉପରେ ନଜର ରଖି ଟେଷ୍ଟିଂ କରାଯାଇ ପାରନ୍ତା, ତେବେ ଅଧିକ ଫଳପ୍ରଦ ହୋଇପାରନ୍ତାବୋଲି ମତ ରଖିଛନ୍ତି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ପରାମର୍ଶଦାତା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe