କନକ ବ୍ୟୁରୋ: ଦେଶରେ ମହାମାରୀ କରୋନାର ବ୍ୟାପକ ସଂକ୍ରମଣ ଭିତରେ ସରକାରଙ୍କ ପଦକ୍ଷେପକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରାହୁଲ ଗାନ୍ଧି । ଲକଡାଉନ୍ ଏବଂ କରୋନା ମୁକାବିଲା କ୍ଷେତ୍ରରେ କେନ୍ଦ୍ର ସରକାର କେଉଁ କେଉଁ ପଦକ୍ଷେପ ନେଇଛନ୍ତି ଏବଂ କ’ଣ ନେବାର ଅବାଶ୍ୟକତା ରହିଛି ତାହାକୁ ନେଇ ରାହୁଲ କହିଛନ୍ତି...
- ଲକଡାଉନ୍ ଏକ ପଜ୍ ବଟନ୍
- ଏହା ଭୂତାଣୁକୁ କିଛି ସମୟ ପାଇଁ ରୋକିପାରିବ
- ସଂକ୍ରମଣ ବ୍ୟାପିବାରେ ବିଳମ୍ବ କରିବ
- ହେଲେ, ଭୂତାଣୁକୁ ହରାଇପାରିବ ନାହିଁ
- ଲକଡାଉନ୍ ହଟିଲେ ଭୂତାଣୁ ଯେ ପୁଣି ନବ୍ୟାପିବ କହିହେବନାହିଁ
ରାହୁଲ କହିଛନ୍ତି, କରୋନା ବିରୋଧରେ ଲଢେଇରେ ସବୁଠାରୁ ବଡ ଅସ୍ତ୍ର ହେଉଛି ଟେଷ୍ଟିଂ । ଯେତେ ଅଧିକ ପରୀକ୍ଷା ହେବ ସେତିକି କରୋନା ସଂକ୍ରମଣ ବାହାରକୁ ଆସିବ । ଦେଶରେ କରୋନା ପରୀକ୍ଷା ସଂଖ୍ୟା ବହୁତ କମ୍ ଏବଂ ଏହାକୁ ବୃଦ୍ଧି କରିବାକୁ ହେବ ବୋଲି ମତ ଦେଇଛନ୍ତି ରାହୁଲ। ଲକଡାଉନରେ ଗରିବ ମାନଙ୍କ ପାଖରେ ଯେମିତି ପର୍ଯ୍ୟାପ୍ତ ଖାଦ୍ୟ ପହଁଚିବ ଏବଂ ସେମାନେ ଯେପରି ଭୋକିଲା ନରହିବେ ସେନେଇ ସରକାର ବ୍ୟବସ୍ଥା କରିବାକୁ ପଡିବ । ଖାଲି ସେତିକି ନୁହେଁ , ଦେଶର ବିଭିନ୍ନ ସ୍ଥାନରେ ଜାରି ରହିଥିବା ଦାଦନ ଶ୍ରମିକ ଓ ଦିନ ମଜୁରିଆଙ୍କ ସ୍ଥାନାନ୍ତରଣ ପ୍ରସଙ୍ଗ ବି ଉଠାଇଛନ୍ତି ରାହୁଲ ।
କରୋନାର ଘଡିସନ୍ଧି ମୂହର୍ତରେ ସବୁ ରାଜ୍ୟ ସହ ହାତ ମିଳାଇ ସରକାରଙ୍କୁ ଭୂତାଣୁ ବିପକ୍ଷରେ ଲଢିବାକୁ ହେବ । କେବଳ ସଂକ୍ରମିତଙ୍କୁ ଚିହ୍ନଟ କରିବାରେ ସୀମିତ ନରହି ଭୂତାଣୁ କେଉଁ ଅଂଚଳରେ ବ୍ୟାପୁଛି ସେନେଇ ଏକ ମ୍ୟାପ୍ ପ୍ରସ୍ତୁତ କଲେ ତାହା ସରକାରଙ୍କୁ ସହାୟକ ହେବ ବୋଲି ପରାମର୍ଶ ଦେଇଛନ୍ତି ରାହୁଲ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/1-5.png)