ଦିଲ୍ଲୀରେ ଜାରି ରହିଛି କରୋନା ବିରୋଧରେ ଲଢେଇ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ଆହୁରି ଗୋଟିଏ ସପ୍ତାହ ବଢିଲା ଲକଡାଉନ୍ ।

256

କନକ ବ୍ୟୁରୋ : ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଦୈନିକ କରୋନା ସଂକ୍ରମଣ ଲଗାତର ଭାବେ କମିବାରେ ଲାଗିଛି । ଏହା ସହ କରୋନା ସଂକ୍ରମଣରେ ପ୍ରାଣ ହରାଉଥିବା ଲୋକଙ୍କର ସଂଖ୍ୟା ବି କମିଛି । ହେଲେ ଏବେ ବି ବିପଦ ରହିିଛି । ଏହା ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରାଜ୍ୟରେ ଆଉ ଗୋଟିଏ ସପ୍ତାହ ପାଇଁ ଲକଡାଉନ ବୃଦ୍ଧି କରାଯିବା କଥା ଘୋଷଣା କରିଛନ୍ତି । ଏହି ଘୋଷଣା ପରେ ଦିଲ୍ଲୀରେ ମେ ୩୧ ତାରିଖ ସକାଳ ୫ ଟା ପର୍ଯ୍ୟନ୍ତ ଲକଡାଉନ ବଳବତ୍ତର ରହିବ ।

କେଜ୍ରିୱାଲ କହିଛନ୍ତି କି, ଯଦି ଆଗାମୀ ସପ୍ତାହରେ ରାଜ୍ୟରେ କରୋନା ସଂକ୍ରମଣ ଏହିଭଳି ଭାବେ ହ୍ରାସ ପାଇବ ତେବେ ଜୁନ ପହିଲାରୁ ରାଜ୍ୟରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବ ।

କହିରଖୁ କି ଗତ ୨୪ ଘଂଟା ମଧ୍ୟରେ ଦିଲ୍ଲୀରେ ୧୬୦୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ରାଜ୍ୟରେ ସଂକ୍ରମର ହାର ଦୃତଗତିରେ ହ୍ରାସପାଇ ୨.୫ ପ୍ରତିଶତ ରେ ପହଂଚିଛି ।