ପଶ୍ଚିମବଙ୍ଗରେ ଆଜିଠାରୁ ୧୪ ଦିନିଆ ଲକଡାଉନ । କେବଳ ଅତ୍ୟାବଶ୍ୟକ ସେବାକୁ ଅନୁମତି, ସକାଳ ୭ରୁ ୧୦ଯାଏଁ ମିଳିବ ଜରୁରୀ ସାମଗ୍ରୀ

133

କନକ ବ୍ୟୁରୋ : ଆଜିଠାରୁ ପଶ୍ଚିମବଙ୍ଗରେ ୧୪ ଦିନିଆ ଲକଡାଉନ । ଆଗାମୀ ୨ ସପ୍ତାହ ପାଇଁ ବନ୍ଦ ରହିବ ସମସ୍ତ ଦୋକାନ ବଜାର, ଶିକ୍ଷାନୁଷ୍ଠାନ ସହ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ । ଏପରିକି ପରିବହନ ସେବା ମଧ୍ୟ ବନ୍ଦ ରଖିବାକୁ ନିଷ୍ପତି କରିଛନ୍ତି ପଶ୍ଚିମବଙ୍ଗର ନବନିର୍ବାଚିତ ସରକାର ।
ତାଲାବନ୍ଦ ସମୟରେ କେବଳ ଅତ୍ୟାବଶ୍ୟକ ସେବା ଓ ସାମଗ୍ରୀ ପରିବହନ ଜାରି ରହିବ । ତେବେ କେବଳ ସାକଳ ୭ଟାରୁ ୧୦ ଯାଏଁ ଏସବୁ ସାମଗ୍ରୀ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । ହେଲେ ଆଶ୍ଚର୍ଯ୍ୟଜନକ ଭାବେ ମିଠା ଦୋକାନଗୁଡିକ ଦିନ ୧୦ଟାରୁ ଅପରାହ୍ଣ ୫ଟା ଯାଏଁ ଖୋଲା ରହିବ ବୋଲି ନିର୍ଦ୍ଦେଶ ରହିଛି । ରାଜ୍ୟରେ ପେଟ୍ରୋଲ ପମ୍ପ ଓ ବ୍ୟାଙ୍କ ଶାଖା ଦିନ ୧୦ଟାରୁ ୨ଟା ଯାଏଁ ଖୋଲା ରଖିବାକୁ ଅନୁମତି ଦିଆଯାଇଛି । କଳ, କାରଖାନା ବନ୍ଦ ରଖିବାକୁ