ତାଲା ବନ୍ଦର ଅବଧି ବଢ଼ାଇଲା ତେଲେଙ୍ଗାନା: ମେ’ ୨୯ ଯାଏଁ ଲାକଲାଉନ୍ ବଢ଼ାଇବାକୁ ନିଷ୍ପତି ନେଲେ ତେଲେଙ୍ଗାନା ସରକାର

ଏପଟେ ଆଉ କିଛି ରାଜ୍ୟ ତାଲା ବନ୍ଦ ବଢ଼ାଇବାକୁ କରୁଛନ୍ତି ବିଚାର

353

କନକ ବ୍ୟୁରୋ: ସାରା ଦେଶ କେବେ ତାଲା ବନ୍ଦ ଖୋଲିବ ତାକୁ ଚାହିଁ ରହିଥିବା ବେଳେ ତେଲେଙ୍ଗାନାରୁ ଆସିଛି ଏକ ବଡ଼ ଖବର । ତାଲା ବନ୍ଦକୁ ୨୯ ତାରିଖ ଯାଏଁ ବଢ଼ାଇ ଦେଇଛନ୍ତି ତେଲେଙ୍ଗାନା ସରକାର । ଏନେଇ ବିଧିବଦ୍ଧ ଭାବରେ ଘୋଷଣା କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ସାରା ଦେଶରେ ମେ’ ୧୭ ତାରିଖ ଯାଏଁ ତାଲା ବନ୍ଦ ଥିବା ବେଳେ ତେଲେଙ୍ଗାନାରେ ଏହାକୁ ୨୯ ତାରିଖକୁ ବଢ଼ାଇବାକୁ ନିଷ୍ପତି ନିଆଯାଇଛି ।

ବଡ଼ କଥା ହେଉଛି, ଆଉ କିଛି ରାଜ୍ୟ ମଧ୍ୟ ତାଲା ବନ୍ଦର ଅବଧିକୁ ବଢ଼ାଇବା ନେଇ ବିଚାର କରୁଛନ୍ତି । ପ୍ରଥମ ଦୁଇଟି ପର୍ଯ୍ୟାୟରେ ୪୦ ଦିନ ପାଇଁ ଲକ୍ ଡାଉନ୍ ଘୋଷଣା ହୋଇଥିବା ବେଳେ ତୃତୀୟ ପର୍ଯ୍ୟାୟରେ ଆହୁରୀ ୨ ସପ୍ତାହକୁ ବଢ଼ାଇଛନ୍ତି କେନ୍ଦ୍ର ସରକାର । ଆଉ ଏସବୁ ଭିତରେ ତାଲା ବନ୍ଦକୁ ୨୯ ତାରିଖ ଯାଏଁ ବଢ଼ାଇ ଦେଇଛନ୍ତି ତେଲେଙ୍ଗାନା ସରକାର ।