ତାମିଲନାଡୁରେ ପୁଣି ଗୋଟିଏ ସପ୍ତାହ ପାଇଁ ପୂର୍ଣ୍ଣ ଲକଡାଉନ ଘୋଷଣା କଲେ ସରକାର । ଜାଣନ୍ତୁ କଣ ଖୋଲା, କଣ ବନ୍ଦ

145

କନକ ବ୍ୟୁରୋ : କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ତାମିଲନାଡୁ ସରକାର ରାଜ୍ୟରେ ଲାଗୁ ହୋଇଥିବା ସମ୍ପୂର୍ଣ୍ଣ ଲକଡାଉନ ଅବଧିକୁ ପୁଣି ଗୋଟିଏ ସପ୍ତାହ ବୃଦ୍ଧି କରିଛନ୍ତି । ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ପାର୍ଟି ଓ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ବିଚାର ବିମର୍ଷ ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି । ମେ ୨୪ ତାରିଖରେ ରାଜ୍ୟରେ ଲକଡାଉନ ଶେଷ ହେବାକୁ ଥିବା ବେଳେ ପୁଣି ଏହି ଅବଧିକୁ ଆଗକୁ ଗୋଟିଏ ସପ୍ତାହ ପାଇଁ ବୃଦ୍ଧି କରାଯାଇଛି ।

ରାଜ୍ୟରେ ଲାଗୁ କରାଯାଇଥିବା ସମ୍ପୂର୍ଣ୍ଣ ଲକଡାଉନ ସମୟରେ ଫାର୍ମାସୀ, ମେଡିକାଲ ଷ୍ଟୋର,ପଶୁ ଡାକ୍ତରଖାନା, ଦୁଗ୍ଧ, ପାଣି ଭଳି ଜରୁରୀ ଅବଶ୍ୟକ ଦୋକାନ ଖୋଲା ରହିବା ସହ ଏହାର ପରିବହନକୁ ମଞ୍ଜୁରୀ ଦିଆଯାଇଛି । ଏହି ସମୟରେ ଖବର କାଗଜ ବିତରଣ ଓ ପ୍ରେସ ଖୋଲା ରହିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ଲକଡାଉନ ସମୟରେ ଫଳ ଓ ପନିପରିବା ଦୋକାନ ବନ୍ଦ ରହିବ ବୋଲି କୁହାଯାଇଛି । ଅନ୍ୟପଟେ ଲୋକଙ୍କ ଆବଶ୍ୟକତାକୁ ନଜରରେ ରଖି ରାଜ୍ୟ ସରକାରଙ୍କ ତରଫରୁ ଭ୍ରାମ୍ୟମାଣ ଦୋକାନ ସହାୟତାରେ ଏସବୁ ଲୋକଙ୍କ ନିକଟରେ ପହଂଚାଯିବ । ଏହାସହ ରବିବାର ସକାଳ ୬ ରୁ ରାତି ୯ ଟା ଯାଏ କିଛି ଦୋକାନ ଖୋଲା ରହିବ ବୋଲି କୁହାଯାଇଛି ।

କହିରଖୁ କି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭ ଲକ୍ଷ ୭୦ ହଜାର ୯୮୮ ରେ ପହଂଚିଛି । ଏବେ ୨ ,୭୪,୬୨୯ କୁ ବୃଦ୍ଧି ପାଇଛି ।