ସାରା ଓଡିଶାରେ ପାଳନ ହେଉଛି ଜନତା କର୍ଫ୍ୟୁ । ସବୁ ସହରରେ ରାସ୍ତାଘାଟ ଶୂନଶାନ , ଦୋକାନ ବଜାର ବନ୍ଦ, ପୂର୍ଣ୍ଣ ସମର୍ଥନ ଦେଉଛନ୍ତି ଲୋକେ

390

କନକ ବ୍ୟୁରୋ : ଜନତା କର୍ଫ୍ୟୁକୁ ମିଳିଛି ବିପୁଳ ସମର୍ଥନ । ଦେଶରେ ନୁହେଁ ବରଂ ସାରା ରାଜ୍ୟରେ ପ୍ରଧାନମନ୍ତ୍ରୀଙ୍କ କଥାକୁ ପୂରାପୂରି ଭାବରେ ମାନୁଛନ୍ତି ଜନତା । କଟକରୁ କୋରାପୁଟ, ପୁରୀରୁ ମାଲକାନଗିରି ସବୁଠି ଜନତାକୁ କର୍ଫ୍ୟୁକୁ ମିଳିଛି ସମର୍ଥନ । ରାଜ୍ୟବାସୀ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସମର୍ଥନ ଜଣାଇ ରାଜ୍ୟବ୍ୟାପି ଜନତା କର୍ଫ୍ୟୁ ପାଳନ କରୁଛନ୍ତି । ନିଜେ ନିଜକୁ ଘର ଭିତରେ ବନ୍ଦୀ କରିଛନ୍ତି । ଦୋକାନ ବଜାର, ସ୍କୁଲ କଲେଜ, ଗାଡି ମୋଟର ସବୁ ବନ୍ଦ ରହିଛି ।

ସକାଳ ୭ଟାରୁ ଏହି ଜନତା କର୍ଫ୍ୟୁ ଆରମ୍ଭ ହୋଇଛି । ରାତି ୯ଟା ଯାଏଁ ଚାଲିବ । ଏହି ୧୪ ଘଂଟା ସମୟରେ ସବୁକିଛି ବନ୍ଦ ରଖି ଘରେ ରହିବାକୁ ମୋଦି ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ । ମାରାତ୍ମକ କରୋନା ଭୂତାଣୁର ମୁକାବିଲା ପାଇଁ ବର୍ତମାନ ସାମାଜିକ ଦୂରତା ହେଉଛି ସବୁଠାରୁ ବଡ ଅସ୍ତ୍ର । ଯଦି ସାରାଦେଶ ଏଥିରେ ସାମିଲ ହେବ ତେବେ ସମସ୍ତଙ୍କ ମଧ୍ୟରେ ଦୂରତା ବଢିବ ନିଶ୍ଚୟ । ଏବଂ କରୋନା ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିହେବ । ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନକୁ ସମର୍ଥନ ଜଣାଇ ଆଗେଇ ଆସିଛନ୍ତି ଦେଶବାସୀ ।